ରାମଚଣ୍ଡୀ ମନ୍ଦିରରୁ ଚୋରୀ 

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ପୋଡାସିଙ୍ଗଡ ସ୍ଥିତ ରାମଚଣ୍ଡୀ ମନ୍ଦିରରୁ ମା’ଙ୍କ ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ ଚୋରୀ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ କେହି ଦୁର୍ବୁତ ଶନିବାର ରାତିରେ ମା’ଙ୍କ ମନ୍ଦିରରେ ପସି ମାଙ୍କ ସୁନା ଟିକିଲି, ରୁପା ମୁକୁଟ ସମେତ ମାଙ୍କ ଦାନବାକ୍ସ ଭାଙ୍ଗ ତା ମଧ୍ୟରେ ଥିବା ଟଙ୍କା ପଇସା ଲୁଟି ନେଇଛନ୍ତି । ଏପରିକି ଶନିବାର ମନ୍ଦିରର ରହୁଥିବା ବାବାଙ୍କ ସମେତ ଆହୁରି ୩ଜଣ ମନ୍ଦିର ପରିସରରେ ୋାଇଥିଲେବି କେହି ଲୁଟ ସମ୍ପର୍କରେ ଜାଣି ପାରି ନଥିଲେ । ଏହାକୁନେଇ ଗ୍ରାମବାସୀ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ଗ୍ରାମବାସୀଙ୍କ ପକ୍ଷରୁ ସୋସୋ ଥାନାରେ ଅଭିଯୋଗ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ