ବାଙ୍ଗୋରରେ ବିଜେଡିର ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନି

ହାଟଡିହି, (ବିକାଶ ବିଶ୍ୱାଳ):ବାଙ୍ଗୋର ଠାରେ କେ ବାଲିପାଳ, ଧନୁର୍ଜୟପୁର ଓ ବାଙ୍ଗୋର ପଞ୍ଚାୟତର ବିଜେଡି କର୍ମୀ ମାନଙ୍କୁ ନେଇ ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବାଙ୍ଗୋର ପଞ୍ଚାୟତର ବରିଷ୍ଠ ବିଜେଡି କର୍ମୀ ବସନ୍ତ ପଢ଼ିଆରୀ, ସୁବୋଧ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କର୍ମୀ ସମ୍ମଳନୀରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଜିଲ୍ଲା ଯୁବ ବିଜେଡି ସଭାପତି ରାକେଶ ରାମ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ଜେନା, ବିଜେଡି ନେତା ବିଜୟ ରାଉତ, ବିଶ୍ୱନାଥ ନାୟକ, ଦୁର୍ଗା ପ୍ରସାଦ ଆୟଚ, ବାଙ୍ଗୋର ସରପଞ୍ଚ ଅଙ୍କିତା ପଢ଼ିଆରୀ, ସମିତିସଭ୍ୟା ମନୋରମା ପଣ୍ଡା ପ୍ରମୁଖ ଯୋଗଦେଇ ଥିଲେ । ବିଧାନସଭାର ପୁର୍ବତନ ବାଚଷ୍ପତି ତଥା ପୁର୍ବତନ ମନ୍ତ୍ରୀ ସୁର୍ଯ୍ୟନାରାୟଣ ପାତ୍ରଙ୍କ ପରଲୋକରେ ଉପସ୍ଥିତ ସମସ୍ତ କର୍ମୀ ଓ ନେତାମାନେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିବା ସହିତ ଆଗାମି ଦିନରେ ବିଜେଡିର ସଫଳତା ଉପରେ ସମସ୍ତେ ଲାଗିପଡିବାକୁ ବିଧାୟକ ଆହ୍ୱାନ ଦେଇ ଏହି କର୍ମୀ ସମ୍ମିଳନୀକୁ ସ୍ଥଗିତ ରଖିଥିଲେ । ଏଥିରେ ବରିଷ୍ଠ କର୍ମୀ ମହେଶ୍ୱର ବାରିକ, ବଟ ବେହେରା, ମନୋରଞ୍ଜନ ପରିଡା, ନାଏବ ସରପଞ୍ଚ ନନ୍ଦ କିଶୋର ସାହୁ, ବିଦ୍ୟାଧର ସିଂ, ରବିନ୍ଦ୍ର ସାହୁ, ଅଶୋକ ପଢ଼ିଆରୀ, ମହେଶ୍ୱର ସାହୁଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ