ବନ ବିଭାଗ ସହ ମହିଲାଗୋଷ୍ଟି ଙ୍କ ସହ ବୈଠକ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଅନ୍ତର୍ଗତ ହଦଗଡ଼ ହସ୍ତୀ ଅଭୟାରଣ୍ୟ ଅଂଚଳ ମଧ୍ୟରେ ଥିବା ମୟୂରନଚା ଗ୍ରାମ ଠାରେ ଆର. ସି. ଡ଼ି. ସି ଅନୁଷ୍ଠାନ ଦ୍ଵାରା ବନବାସୀ ମହିଳା ଗୋଷ୍ଟିଁ ଙ୍କୁ ସହାୟତା ପାଇଁ ଏକ ବୈଠକ ଆୟୋଜନ ହୋଇଯାଇଛି । ହଦଗଡ଼ ବନ୍ୟଜନ୍ତୁ ବାନାଞ୍ଚଳ ଅଧିକାରୀ ଶ୍ରୀ ମାର୍ଶାଲ କିସ୍କୁ ଏଥିରେ ଯୋଗଦେଇ ମହିଳା ମାନଙ୍କ ସହ ଆଲୋଚନା କରିଥିଲେ। ମହିଳାଙ୍କ ଆଗ୍ରହ ଓ ଉତ୍ସାହକୁ ଦେଖି ଆର୍ଥିକ ଉନ୍ନତି ପାଇଁ ଆଗକୁ ବଢ଼ିବାରେ ବନ ବିଭାଗ ସହଯୋଗ କରିବ ବୋଲି ଦର୍ଶାଇଥିଲେ। ବିଶେଷକରି ବନବିଭାଗର ପୁରୁଣା ଘର ଗୁଡିକରେ ଯଦି ମହିଳା ମାନେ ବସି ବିଭିନ୍ନ ମସଲା ଗୁଣ୍ଡ ପ୍ୟାକେଟ କରିବା, ବିକ୍ରିବଟା କରିବା ସହିତ ବନଜାତ ଦ୍ରବ୍ଯ ଗଚ୍ଛିତ ପାଇଁ ଅନୁମତି ଦେବାକୁ ମହିଳା ମାନେ ଅନୁରୋଧ କରିଥିଲେ। ସ୍ଥାନୀୟ ଗମନାଗମନ ସମସ୍ୟାକୁ ବନ ବିଭାଗ ଗୁରୁତ୍ୱ ଦେବାକୁ ମହିଳା ମାନେ ଦର୍ଶାଇଥିଲେ। ଏହି ବୈଠକରେ ବନପାଳ କେଦାର ପାତ୍ର ଯୋଗଦେଇ ମହିଳା ମାନଙ୍କୁ ଅନେକ ଉପାଦେୟ ପରାମର୍ଶ ଦେଇଥିଲେ। ଅକ୍ଟୋବର ମାସରେ ବନବିଭାଗ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଥିବା ଗ୍ରାମର ମହିଳାମାନେ କହିଛନ୍ତି। ଆର୍ ସି ଡ଼ି ସି କାର୍ଯକ୍ରମ ପରିଚାଳକ ଗ୍ରାମସଭା ର ଅନୁମୋଦନ ଉପରେ ଜଙ୍ଗଲ ଅଧିକାର ଆଇନ କୁ କିପରି କାର୍ଯ୍ୟକାରୀ କରାଯିବ ତାହା ବାଖାଣିଥିଲେ। ଶେଷରେ ଆର୍ ସି ଡ଼ି ସି ର କର୍ମକର୍ତ୍ତା ବୁଦ୍ଧିରାମ ପୂର୍ତ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ,

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ