ବାଙ୍ଗୋରରେ ମୋ ଛତୁଆ ଅଭିଯାନ

ହାଟଡ଼ିହି,(ଯୁଗାବ୍ଦ ନୁ୍ୟଜ୍) : ବାଙ୍ଗୋରରେ ମୋ ଛତୁଆ ଅଭିଯାନ ଅନୁÂିତ ହୋଇଯାଇଛି । ବାଙ୍ଗୋର ଟାଇଲସାହି ଅଙ୍ଗନବାଡି ଠାରେ ଅନୁÂିତ ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡି ସୁପରଭାଇଜର ରେଣୁବାଳା ଜେନା, ବାଙ୍ଗୋର ସେକ୍ଟରର ଅଙ୍ଗନବାଡି କର୍ମୀ ଗାୟତ୍ରୀ ବେହେରା ଯୋଗଦେଇ ମୋ ଛତୁଆ ଅଭିଯାନର ଲକ୍ଷ ଓ ଉଦେ୍ଧା୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ଯାଞ୍ଚ କମିଟି ଓ ମାତୃକମିଟିର ସଭ୍ୟା ଅଞ୍ଜନି ମହାକୁଡ, ରଜନି ନାଇକ, ନର୍ମଦା ନାଇକ, ରେବତୀ ନାଇକ, ସୁକାନ୍ତୀ ମହାକୁଡ, ବସନ୍ତ ନାଇକ, ମମତା ନାଇକ, ପାର୍ବତୀ ନାଇକ, ଜୟନ୍ତୀ ଦାସ ପ୍ରମୁଖ ଯୋଗଦେଇ ଗର୍ଭବତୀ, ପ୍ରସୁତୀ ଓ ଶୁନରୁ ତିନବର୍ଷର ଶିଶୁ ଓ ମା ମାନଙ୍କୁ ଛତୁଆ, ଅଣ୍ଡା, ଶୁଖିଲା ଖାଦ୍ୟ, ମକା ହାଲୁଆ, ବାଦାମ ପିସି, ଚିକି ଲଡୁ ବଣ୍ଟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ