ବାଣ ବିସ୍ଫୋରଣ ରେ ଜଣେ ମୃତ ଦୁଇ ଆହତ
ପୁରୀ, (ୱା ଏନ ଏସ):ଚନ୍ଦନ ଯାତ୍ରାରେ ନରେନ୍ଦ୍ର ପୋଖରୀ ବାଣ ବିସ୍ଫୋରଣ ଘଟଣା ରେ ୧୮ ରେ ଜଣ ମୃତ ଓ ୧୦ ରୁ ଅଧିକ ବ୍ୟକ୍ତି ଆହତ ହୋଇଥିବା ଘଟଣା ମନରୁ ଯାଇ ନ ଥିବାବେଳେ ଏବେ ଗତ କାଲି ପୁଣି ବାଣ ବିସ୍ପୋରଣ ରେ ଜଣଙ୍କର ମୃତ୍ୟୁ ହେବା ଓ ଦୁଇଜଣ ଆହତ ହେବା ଘଟଣାରେ ପୋଲିସ ର ଗୁଇନ୍ଦା ରିପୋର୍ଟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ଘଟଣାର ତଦନ୍ତ ରିପୋର୍ଟ ସାର୍ବଜନୀନ ନ ହେବା ଓ ଦୋଷୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ଘଟଣା କୁ ନେଇ ସରକାର ଓ ସ୍ଥାନୀୟ ଥାନା ଙ୍କ ଉପରକୁ ଆଙ୍ଗୁଠି ଉଠୁଥିବାବେଳେ ଗତ କାଲି ପୁରୀ ସଦର ଥାନା ର ଅନତି ଦୂରରେ ପୁନଶ୍ଚ ବାଣ ବିସ୍ପୋରଣ ଘଟିବା ଘଟଣା କୁ ଲୋକେ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ।ଏହି ଘଟଣା ଏବେ ପୁରୀ ସହରରେ ଚର୍ଚ୍ଚା ର ବିଷୟ ପାଲଟିଛି । ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ଘଟଣାରୁ ପୋଲିସ କି ଶିକ୍ଷା ପାଇଲା ବୋଲି ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି?
ଏଠାରେ ପ୍ରକାଶ ଥାଉ କି ପୁରୀ ସଦର ଥାନା ଅଧିନ ବାଟ ଗାଁ ରାଉତ ସାହିରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଏହି ଗାଁ ରେ ବାଣ ତିଆରି କରିବା ବେଳେ ଏକ ପ୍ରଚଣ୍ଡ ଶବ୍ଦ ଓ ବିସ୍ଫୋରଣ ହୋଇ ୨ ଜଣ ଆହତ ଓ ଜଣେ ମୃତ୍ୟୁ ବରଣ କରିଛନ୍ତି ।ତେବେ ଦୁଇଜଣ ଙ୍କ ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ କଟକ ମେଡିକାଲ କୁ ସ୍ଥାନ।ନ୍ତର କରା ଯାଇଥିଲା।ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ପୁରୀ ସଦର ଥାନାଅନ୍ତର୍ଗତ ବାଟ ଗାଁ ରାଉତ ସାହିରେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟିଥିଲା ।ଏଥିରେ ଦୁଇ ଜଣ ପୁରୁଷ ଓ ଜଣେ ମହିଳା ଗୁରୁତର ଆହତ ହୋଇଥିଲେ।
ଏହି ବିସ୍ଫୋରଣ ରେ ଲିପା ରାଉତ,ଗୁଲା ରାଉତ ଓ ସଞ୍ଜୟ ଜେନା ବାଣ ଭିଡୁଥିବା ବେଳେ ବିସ୍ଫୋରଣ ହୋଇଥିଲା ।ପରେ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପୁରୀ ସଦର ପୋଲିସ ଘଟଣାର ଅନୁସନ୍ଧାନ କରୁଥିବାବେଳେ କଟକ ବଡ଼ ଡାକ୍ତର ଖାନାରେ ଚିକିତ୍ସାଧିନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।
ପୁରୀ ସିଟି ଡ଼ି ଏସପି ପ୍ରଶାନ୍ତ ସାହୁ କହିଛନ୍ତି ଯେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବାଣ ବିସ୍ଫୋରଣ ରେ ଆହତ ହୋଇ ୩ ଜଣ ଆସିଥିବା ଆମକୁ ସୂଚନା ମିଳିଛି ।ତେବେ ସେହି ୩ ଜଣ ଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଚିକିତ୍ସା ପାଇଁ କଟକ ମେଡିକାଲ ପଠାଯାଇଥିଲ । ପରେ ସମସ୍ତ ଘଟଣା କୁ ନେଇ ପୋଲିସ ତଦନ୍ତ କରିବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।