ବାଦାମପାହାଡ ଲୌହ ଖଣିରେ ପୂର୍ବରୁ କାର୍ଯରତ ଶ୍ରମିକମାନଙ୍କୁ ପୁନଃ ନିଯୁକ୍ତି ନେଇ ସରପଞ୍ଚ /ସମିତି ଜନପ୍ରତିନିଧିଙ୍କ ବିଡିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ ଲୌହଖଣିରେ ଶ୍ରମିକ ଅଶାନ୍ତି ।ବାଦାମପାହାଡ ଆଖପାଖ ଅଞ୍ଚଳରେ ଶ୍ରମିକ ମାନେ ଦିର୍ଘ ୨୦ ବର୍ଷ ହେଲା ଲୁହାପଥ ଫଟାଇବା,ଜଗୁଆଳି,ଓ୍ବାଗନ ଲୋଡିଂ ବିଭିନ୍ନ କାମରେ ନିୟୋଜିତ ଥିଲେ ।ପୂର୍ବରୁ ଲାଲ ଟ୍ରେଡର୍ସ କାମ କରୁଥିଲା ତାହାର ଅବଧି ସରିଯିବାପରେ ଏବେ ନୁତନ ଭାବେ ଘନଶ୍ଯାମ ମିଶ୍ର ଆଇରନ ଆଣ୍ଡ ଷ୍ଟିଲ କମ୍ପାନୀ ଲିମିଟେଡକୁ ମିଳିଛି ।ହେଲେ। ନୁତନ କମ୍ପାନୀ ଖନନ,ଓ୍ବାଗନ ଲୋଡିଂ ଶ୍ରମିକ ମାନଙ୍କୁ ନିୟୋଜିତ ନ କରି ମେସିନ ଦ୍ବାରା କାମ କରୁଛି ।ଯାହାଫଳରେ ଦିର୍ଘ ୨୦ ବର୍ଷ ହେଲା କାମ କରୁଥିବା ଶ୍ରମିକଙ୍କ ଘରେ ଚୁଲି ଜଳିବା ବନ୍ଦ ହୋଇଗଲାଣି ।ଚିନ୍ତାରେ ଏବେ ଲୁହାପଥର ମଣିଷ ।ଘରଖର୍ଚ,ପିଲାଙ୍କ ପାଠପଢା,ନିଜ ଖର୍ଚ କେମିତି ତୁଲାଇବେ ଚିନ୍ତାରେ ।କମ୍ପାନୀ ବଳ ପୂର୍ବକ ପୋଲିସ ଲଗାଇ ମେସିନ ଦ୍ବାରା କାମ କରୁଛି ।ଯାହାଫଳରେ ଶ୍ରମିକ ମାନଙ୍କର ରୋଜିରୋଟି ଅନିଶ୍ଚିତତା ମଧ୍ୟରେ ଗତି କରୁଛି ।କରୋନା ମହାମାରୀ ନେଇ ଲୋକେ କାମଧନ୍ଦା ନ ପାଇ ଭୋକ ଉପାସ ଦୁଖ କଷ୍ଟରେ ଚଳୁଛନ୍ତି ।ଲୁହା ପଥର ଗୁଣ୍ଡ ମଧ୍ୟ ଚାଷ ଜମିରେ ପଶି ଚାଷଜମି ନଷ୍ଟ ହୋଇଯାଇଛି ।ଏହାକୁ ନେଇ କୁସୁମି ବ୍ଳକର ଲୌହ ଖଣି ଅଂଚଳର ସରପଞ/ସମିତି ସଭ୍ଯମାନେ ଗୁରୁବାର ଦିନ ବିଡିଓ ଲକ୍ଷ୍ମଣ ସୋରେନଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଲିଖିତ ଦାବି ପ୍ରଦାନ କରିଥିଲେ ।ଶ୍ରମିକ ମାନଙ୍କୁ ପୁନଃ କାର୍ଯ୍ୟରେ ନିୟୋଜିତ କରା ନ ଯିବା ପର୍ଯ୍ୟନ୍ତ ଉତ୍ତୋଳନ ଓ ପରିବହନ କାର୍ଯ୍ୟ ବନ୍ଦ ରଖିବା ପାଇଁ ଅନୁରୋଧ କରାଯାଇଛି ।ଆସନ୍ତା ୫ତାରିଖ ସୁଦ୍ଧା ଦାବି ପୂରଣ ନ ହେଲେ ଜନ ଆନ୍ଦୋଳନ କରିବେ ବୋଲି ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି ।ତଲକ ପୋଖରୀ ସରପଞ୍ଚ ସୁକାନ୍ତି ଟୁଡୁ,ଜଗନ୍ନାଥ ମୁର୍ମୁ,ସାଗର ସିଙ୍କୁ,ଛୋଟରାୟ ସୋରେନ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ