ବାପା ଆକ୍ରମଣ ମାମଲାରେ ପୁଅ ଗିରଫ

ଦିଗପହଣ୍ଡି,(ୱାଇଏନ୍ଏସ୍): ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ଗ୍ରାମର ଡି.ଲାଚ୍ଛମେୟା ଦୋରାଙ୍କୁ ଶୁକ୍ରବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ଥାନା ମାମଲା ନଂ.୧୯୯/୨୦ ଦଫା -୨୯୪/୩୨୩/୩୨୪/୫୦୬ ଆଇ.ପି.ସି ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି । ଅଭିଯୁକ୍ତ ଲାଚ୍ଛମେୟା ପୈତୃକ ସମ୍ପତ୍ତି ଭାଗ ବଣ୍ଟନ ରେ ଅସନ୍ତୁଷ୍ଟ ହୋଇ ତାଙ୍କ ବାପା ଡି.ଚକ୍ରପାଣି ଦୋରାଙ୍କୁ ଠେଙ୍ଗା ରେ ଆକ୍ରମଣ କରିଥିଲେ । ଠେଙ୍ଗା ମାଡ଼ରେ ବାପା ଗୁରୁତର ଆହାତ ହୋଇଥିବା ଅଭିଯୋଗ ହୋଇଥିଲା । ପୋଲିସ ସୂଚନାନୁସାରେ ଗୋକର୍ଣ୍ଣପୁର ଗ୍ରାମର ଡି.ଚକ୍ରପାଣି ଦୋରା ତାଙ୍କ ୩ ପୁଅଙ୍କ ମଧ୍ୟରେ ପୈତୃକ ସମ୍ପତ୍ତି ବଣ୍ଟନ କରିଦେଇଥିଲେ । ଅନ୍ୟ ୨ ପୁଅ ତାଙ୍କ ଭରଣ ପୋଷଣ ଦାୟିତ୍ଵ ନ ନେବାରୁ ସେ ସାନ ପୁଅ କାଶୀଙ୍କ ପାଖରେ ରହି ଆସୁଛନ୍ତି । ବଡ଼ପୁଅ ଲାଛମେୟା ସମ୍ପତ୍ତି ବଣ୍ଟନରେ ଅସନ୍ତୁଷ୍ଟ ହୋଇ ଗତ ୫ ତାରିଖ ସକାଳେ ସାନଭାଇ କାଶୀଙ୍କ ଘର ପାଖକୁ ଯାଇ ବାପା ଚକ୍ରପାଣିଙ୍କୁ ଗାଳି ଗୁଲଜ କରିଥିଲେ । ପ୍ରତିବାଦ କରିବାରୁ ଲାଛମେୟା ଏକ ଠେଙ୍ଗାରେ ତାଙ୍କ ମୁଣ୍ଡକୁ ମାଡ଼ ମାରିଥିବା ଏତଲାରେ ଉଲ୍ଲେଖ ରହିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ