ବାବା ହୁଙ୍କେଶ୍ୱର ପୀଠରେ ମକର ଉତ୍ସବ ପାଳନ ନେଇ ପ୍ରସ୍ତୁତି

ବନ୍ତ,(ଯୁଗାବ୍ଦନ୍ୟୁଜ) : ବନ୍ତ ବ୍ଲକ ସେଣ୍ଡତୀରା ପଞ୍ଚାୟତ ଆଳମଂଗାସ୍ଥିତ ପ୍ରସିଦ୍ଧ ବାବା ହୁଙ୍କେଶ୍ୱର ପୀଠରେ ୩ ଦିନ ଧରି ମକର ଉତ୍ସବ ପାଳନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବାବାଙ୍କ ସେବକ କୀର୍ତ୍ତନ ମହାରାଜଙ୍କ ତତ୍ତ୍ୱାବଧାନରେ ଆଳମଂଗା ଗ୍ରାମବାସୀଙ୍କ ସହାୟତାରେ ଉକ୍ତ ମକର ଉତ୍ସବ ଅନୁଷ୍ଠିତ ହେବ । ଆସନ୍ତା ୧୪ ତାରିଖ ଅଧିବାସ, କଳସଯାତ୍ରା, ୧୫ରେ ମକର ପର୍ବ ଓ ଯଜ୍ଞ, ୧୬ରେ ଗୀତାପାଠ ଓ ପୂର୍ଣ୍ଣାହୂତି ଅନୁଷ୍ଠିତ ହେବ ବୋଲି ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ