ବାରାଣସୀ ମହୋତ୍ସବ ଉଦ୍‌ଘାଟିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା କାଶୀନଗର ବ୍ଲକ ବାରାଣସୀ ହାଇସ୍କୁଲ ପଡିଆ ସ୍ଥିତ ବାରାଣସୀ ମହୋତ୍ସବ ଗତକାଲି ରାତ୍ରରେ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ବ୍ଲକ ଅଧ୍ୟକ୍ଷ ସି.ଏଚ୍‌.ସୀମାଦ୍ରୀ, ଉପାଧ୍ୟକ୍ଷା କେ.ଜୟା, ଜିଲାପରିଷଦ ସଭ୍ୟା ଶୁକାନ୍ତି ଶବର, ଡି.ଭାଗ୍ୟଲକ୍ଷୀ୍ମ, ବିଡିଓ ରାଜେନ୍ଦ୍ର ପ୍ରସାଦ ପଣ୍ଡା ପ୍ରମୁଖ ଉପସ୍ଥିତଥିବାବେଳେ ଜିଲାସ୍ତରୀୟ ଗଜପତି ଉତ୍ସବ ପାଇଁ ଏହି ବ୍ଲକରେ ଏକ ସହୃଦୟପୂର୍ଣ୍ଣ ଆୟୋଜନ କରାଯାଇଥିବାର ଦେଖିବାକୁ ମିଳିଥିଲା । ଏହି ମହୋତ୍ସବ ଦୁଇଦିନ ଧରି ଚାଲିବାର କାର୍ଯ୍ୟକ୍ରମରହିଥିବାବେଳେ ପ୍ରଥମ ଦିନରେ ବହୁ ସଂଖ୍ୟକ ଜନସାଧାରଣ ଉପସ୍ଥିତଥିଲେ । କାର୍ଯ୍ୟକ୍ରମ ଶେଷରେ ରଂଗାରଂଗ ବିଭିନ୍ନ ସାଂସ୍କୃତିକ ଓ ପାରମ୍ପାରିକ ନୃତ୍ୟ ପରିବେଷଣ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ