ବାର୍ଡ ଦ୍ଵାରା ଟେଲିକମ ଉପଭୋକ୍ତା ଅଧିକାର ଅଭିଯୋଗ ସମନ୍ଧୀୟ ସଚେତନତା କର୍ମଶାଳା
ଫୁଲବାଣୀ, (ଯୁଗାବ୍ଦ ନ୍ୟୁଜ):ଭାରତ ସରକାରଙ୍କ ଟ୍ରାଇ ସହଯୋଗରେ ଉପଭୋକ୍ତା ଓକିଲାତି ସଂଘ ବାର୍ଡ ଏକ ଦିନିକିଆ ଟେଲିକମ ଗ୍ରାହକ ସଚେତନତା କର୍ମଶାଳାକୁ ଫୁଲବାଣୀ ସ୍ଥିତ ଆଇଟିଡିଏ ସଭାଗୃହ ରେ କନ୍ଧମାଳ ଜିଲ୍ଳାର ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଖIଉଟି ସୁରକ୍ଷା ଅଧିକାରୀ ବସନ୍ତ କୁମାର ସାହୁ ଉଦ୍ଘାଘାଟନ କରିଥିଲେ I ସମ୍ମାନୀତ ଅତିଥି ଭାବେ ମିଳିତ ନାଗରିକ କମିଟି ଓ ବରିଷ୍ଠ ନାଗରିକ ମଞ୍ଚର ଆବାହକ ଅଶୋକ ପରିଡା ଯୋଗ ଦେଇ ଆଜିକାଲି ଦୁନିଆରେ ସହର ଅଞ୍ଚଳ ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପିଲା , ବୁଢା, ଯୁବକ ଯୁବତୀ ସମସ୍ତେ ମୋବାଇଲ ବ୍ୟବହାର କରୁଛନ୍ତି ଯାହା ଆମ ଜୀବନର ଅପରିହାର୍ଜ୍ୟ, ଖାଇବାକୁ ଥାଉ ନଥIଊ, ପଇସା ନ ଥିଲେବି ବାକିଉଧାର କରି ଘରକୁ ମୋବାଇଲ ଆମେ ଅIଣୁ ୧୦୦୦ ଟଙ୍କାରୁ ୧ଲକ୍ଷରୁ ଅଧିକ ମୂଲ୍ୟ ମୋବାଇଲ ବେକାର ଯୁବପିଡି ବ୍ୟବହାର କରିଥାନ୍ତି ,ଘରେ ମୋବାଇଲ ନଥିଲେ ସମାଜ ତାକୁ ଅଣଆଖିରେ ଦେଖେ କିନ୍ତୁ ଶତକଡା ୯୫ଭାଗ ଟେଲିକମ ଗ୍ରାହକ ସେମାନଙ୍କ ଅଧିକାର ବିଷୟରେ ସଚେତନତା ନୁହନ୍ତି ଓ ସଚେତନତା ହେବା ପାଇଁ ଟେଲିକମ କମ୍ପାନୀ ମାନେ ସୁଯୋଗ ଦେଇ ନଥାନ୍ତି ଓ ଗ୍ରାହକ ମାନେ ଭାସଭିତିକ ନଥିବା ଓ ଧର୍ଯ୍ୟହରା ଉପରକ୍ତକୁ ଆଧାର କରି ଟେଲିକମ କମ୍ପାନୀ ଲୁଟିବା ପାଇଁ ହାତଛଡା କରିନଥାନ୍ତି ବୋଲି ବକ୍ତବ୍ୟ ରଖିଥିଲେ I ବିଶେଷକରି ସିମ ନେବା ସମୟରେ ବହୁତ ଛୋଟ ଅକ୍ଷରରେ ଇଂରାଜୀ ଭାଷାରେ ଟର୍ମ କଣ୍ଡିସନ ରଖିଥାନ୍ତି ଯାହା ଗ୍ରାହକଙ୍କ ଭାବନାରେ ଭବିଷ୍ୟତରେ ଲୁଟିବା ରାସ୍ତା ପ୍ରଶସ୍ତ କରିଥାଏ, ନେଟୱର୍କ ସମସ୍ୟା, ଗୁଣବତ୍ତା ସେବା ପାଇବାରୁ ବଞ୍ଚିତ ଥିଲେବି ଦୈନିକ ଧାର୍ଯ୍ୟ ଦେୟ ମୂଲ୍ୟ ଦେବା, ଫେକ ମେସେଜ, ନ୍ୟୁନ ମାନ ସେବା, ବିଶେଷ କରି କନ୍ଧମାଳ ଜିଲ୍ଳା ୧୦ଲକ୍ଷ ଲୋକସଂଖ୍ୟା ବିଶିଷ୍ଟ ୧୨ଗୋଟି ବ୍ଲକ, ୨୦୦ ଗୋଟି ଗ୍ରାମ ଆଦିବାସୀ ଅଧୁସିତ, ଅପ୍ରାନ୍ତ, ଅପହଞ୍ଚ କନ୍ଧମାଳ ଜିଲ୍ଲା ଥିବା ଦ୍ରୁଷ୍ଟିରୁ ସବୁଠି ନେଟୱର୍କ ପହଞ୍ଚାଇବ ସରକାରଙ୍କ କଡା ନିସ୍ପତି ଥିଲେବି ଟେଲିକମ କମ୍ପIନୀ ମାନେ ଅଣଦେଖା କରିବା ଓ ସରକାର ଡିଜିଟାଲ ସାକ୍ଷର ପାଇଁ ଆବଶ୍ୟକ ଭିତିଭୂମିର ଅଭାବ, ନେଟୱର୍କ ସମସ୍ୟା, ଇନ୍ଟାରନେଟ ଧିମୀଗତିରେ ଚାଲିବI,ଫେକ ମେସେଜ, ରିଚାର୍ଜ ପୂର୍ବରୁ ବାରମ୍ବାର କଲ ଆସିବା, ନୋଡାଲ ଓ ଅପଲଟେ ଅଧିକାରୀଙ୍କ ତଥ୍ୟ ସାର୍ବଜନୀକରଣ ନକରିବା, ଟ୍ରାଇର ଭ୍ଯାଲିଡିଟି ୨୮ ରୁ ୩୦ଦିନ ନିୟମ କଲେବି ଟେଲିକମ କମ୍ପIନୀ ଆଜିସୁଧା କାର୍ଯ୍ୟକ୍ଷମ ନକରିବା, ଘୋରାଇ ଇନ୍ଟାରନେଟ ସେବାକାରୀ ଓ ଡ଼ିଟିଏଚ, ଗ୍ରାହକଠାରୁ ଅଧିକ ମାସିକ ଦର ନେଇଥାନ୍ତି ଯାହା ସଭାରେ ଦୃଡ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା I ମୋବାଇଲ ସେବା ଓ ରାଡିଅସନ ବିକରଣର କୁପ୍ରଭାବରେ ପ୍ରକୃତିର ଜୀବଜାତ ଓ ପକ୍ଷୀ ମାନେ ଦିଗ ହରାହେଲେଣି ଓ ମହୁମାଛି ସବୁ ଲୋପ ଅଭିମୁଖେ ଯାହା ଆମ ଜଳବାଯୁ ଓ ଜୈବ ବିଭିଦତା ପ୍ରତି ବିପଦ ମାଡିବାକୁ ବସିଲାଣି ତାହା ଉପରେ ଗବେଷଣା କରି ପ୍ରତିକାର ପଦକ୍ଷେପ ନେବାପାଇଁ ସରକାର ଓ ଟେଲିକମ କମ୍ପାନି ମାନେ ବଚନବଦ୍ଧ ଅବିଭକ୍ତ ବକ୍ତାମାନେ ମତ୍ତ ରଖିଥିଲେ I ବର୍ତମାନ ଦେଶରେ ୧୫୧ କୋଟି ମୋବାଇଲ ଗ୍ରାହକ, ୪୯୫ ନିୟୁତ ସ୍ମାର୍ଟଫୋନ ଫୋନ ବ୍ୟବହାରକାରୀ, ୪୮୭ନିୟୁତ ହ୍ୱାଟ ସ୍ ଆପ ଗ୍ରାହକ,୨୪୦ ଫେସବୁକ ଗ୍ରାହକ,୨୧୦ନିୟୁତ ଇନଷ୍ଟାଗ୍ରାମ ଗ୍ରାହକ,୭କୋଟି ଡ଼ିଟିଏଚ,୧୪୦କୋଟି ଇନ୍ଟାରନେଟ ଗ୍ରାହକ ଦେଶରେ ୪ରୁ୫ ଏସବୁ ବ୍ୟବହାର ଗ୍ରାହକ କରୁଛନ୍ତି ତନମଧ୍ୟରୁ ୯୫ଭIଗ ଗ୍ରାହକ ଟେଲିକମ କମ୍ପାନି ଦ୍ଵାରା ପୀଡିତ ବର୍ତମାନ ଦେଶର ଜନସଂଖ୍ୟା ପାଖପାଖି ଉପଭୋକ୍ତା ଟପିବାକୁ ଲାଗିଲାଣି, ଗୁଣାତ୍ମକ ସେବା ଦେବାରେ ଟେଲିକମ କମ୍ପାନୀ ମାନେ ଅସମର୍ଥ କାରଣ ଗ୍ରାହକ ଅଧିକାସଂଖ୍ୟା ଦୌଡରେ ଥିବା ଚକର ଯୋଗୁ ପ୍ରତିଦିନ ଗ୍ରାହକ ମାନେ ଦିବା ରାତିରେ ଶୋଷଣର ଶିକାର ହୋଊଛନ୍ତି, ଟ୍ରାଇ ନିୟମ କଡାକଡି ଥିଲେ ମଧ୍ୟ ଟେଲିକମ କମ୍ପାନୀ , କେବଲ ଅପରେଟର, ଇନ୍ଟରନେଟ ସେବା ପ୍ରଦାନକାରୀ ଅଣଦେଖା କରୁଛନ୍ତି , ଗ୍ରାହକ ସେବା କେନ୍ଦ୍ର ଗୁଡିକରେ ଅଭିଯୋଗ ପ୍ରଣାଳୀକୁ ସରଳ କରିବା , ଅଧିକ ଟୋଲ ଫ୍ରୀ ନମ୍ବର, ୱାଟତ୍ସ ଆପ୍ପ ନମ୍ବର ଓ ଓଡିଆ ଭାଷIରେ ସୁଗମ୍ୟ କରିବା ଅଧିକରୁ ଅଧିକ ଗ୍ରାହକ ସଚେତନତା କର୍ମଶଳI କମ୍ପାନୀଗୁଡିକ କରିବା ଉପରେ ଆୟୋଜନକାରୀ ଅନୁଷ୍ଠାନ ବାର୍ଡ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ମତ ପ୍ରକାଶ କରିଥିଲେ I ଟ୍ରାଇ ନିୟମ ଓ ନିର୍ଦେଶIବଳୀ ଉପରେ ଗ୍ରାହକକୁ ମାର୍ଗ ଦର୍ଶନ ସେ ଦେଇଥିଲେ I ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ ପରିଚାଳନା କରିବା ସହିତ ଜିଲ୍ଲାରେ ନେଟୱର୍କ ଓ ଇଣ୍ଟେର୍ନେଟ ଭଲଭାବରେ କାମ ନକରିବା ଓ ବିପର୍ଜ୍ୟ ଥିବାରୁ ଗ୍ରାହକ ମାନେ ବ୍ୟାଙ୍କ ସେବା, ଶିକ୍ଷା ସେବା,ଇ-ସେବା, ଅନଲାଇନ, ସ୍ୱାସ୍ଥ୍ୟ ସେବା,ବାଣିଜିକ ଓ ୨୦ଗୋଟି ସେବାରୁ ବଞ୍ଚିତ ହେବା ଦୁର୍ଭାଗ୍ୟ ବୋଲି ସଭାରେ ମତ ପ୍ରକାଶ ପାଇ ଥିବା ନେଇ ତାହାର ସୁ ଚିନ୍ତିତ ମତାମତ ଦେଇଥିଲେ I ସେହିପରି ଗ୍ରାମ ଅଞ୍ଚଳରେ ଅଧିକ ଟେଲିକମ ଗ୍ରାହକ ସଚେତନତା ସଭା କରିବା ଉପରେ ଜିଲ୍ଳା ପ୍ରଶାସନ ନିର୍ଦ୍ଦେଶ ଦେଇଅଛି, ଖାଉଟିକର୍ମୀ ଗୌରିଶଙ୍କର ପଣ୍ଡା ସଭାପତିତ୍ଵ କରି କହି ଥିଲେ,ଭାରତୀୟ ଦୂରସଂଚାର ,ଏୟାର ଟେଲ କମ୍ପାନୀର ,ଜିଓ ଟେଲିକୋମ କମ୍ପାନୀର, ବୋଡାଫୋନର ଟେଲ କମ୍ପାନୀର ପ୍ରାଇଭେଟ ଇନ୍ଟରନେଟ ସେବାପ୍ରଦାନ, କେବଲ ଅପରଟର ପ୍ରତିନିଧି ମାନେ ଯୋଗଦେଇ ସେବା ସୁବିଧା ପ୍ରଦାନ ସହ ଗ୍ରାହକଙ୍କ ଅଭିଯୋଗ ଶୁଣିଥିଲେ । କନ୍ଧମାଳ ଜିଲ୍ଳାର ବହୁବୁଦ୍ଧିଜୀବୀ, ମହିଳା, ମହିଳା ସଂଘ, ଅଙ୍ଗନ୍ବାଡି, ଆଶା,ଆତ୍ମା ସହାୟକ ଦଳ, ଆଇନଜୀବୀ, ଯୁବକସଂଘ, ଅବସର ସୈନିକ ସଂଘ, ବରିଷ୍ଟ ନାଗରିକ ମଞ୍ଚ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସIମ୍ବIଦିକ ସତIଧିକରୁ ଅଧିକ ଗ୍ରାହକ ସଭାରେ ଉପସ୍ଥିତ ଥିଲେ, ଶେଷରେ ବିଶିଷ୍ଟ ଆଇନଜିବୀ ଓ ସାମ୍ବାଦିକ ଆଦିତ୍ୟ ପ୍ରସାଦ ତ୍ରିପାଠୀ ସମସ୍ତଙ୍କୁ ଧନ୍ୟ ବାଦ ଅର୍ପଣ କରିଥିଲେ I ଓଡିଶା ସରକାର ରାଜ୍ୟର ସମସ୍ତ ଖାଉଟି ଅଦାଲତରେ ଖାଲିଥିବା ସଭ୍ୟସଭ୍ୟI ପଦବି ପୂରଣ ଓ ଖାଉଟି ସଚେତନାତା ଶିବିର କରିବା ପାଇଁ ସମସ୍ତେ ଦାବି କରିଥିଲେ I