ବାର୍ଷିକ କ୍ରିକେଟ ମ୍ୟାଚ ଅନୁଷ୍ଠିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ମା’ ବାସନ୍ତୀ କ୍ରିକେଟ କ୍ଲବ, ବାବର ଆନୁକୂଲ୍ୟରେ ବିଂଶତମ ଫାଇନାଲ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ଫାଇନାଲ ମ୍ୟାଚରେ ଆଳି ସିଙ୍ଗିରିର ଆଇ.ସି.ଏଲ. କ୍ରିକେଟ କ୍ଲବ ୬୫ ରନ୍‌ରେ ତରପଦାର ବାବା ମହାପୁରୁଷ କ୍ରିକେଟ କ୍ଲବକୁ ହରାଇ ଚମ୍ପିୟାନ ହୋଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୁବ ଆଇନଜୀବୀ, ଯୁବ ସମାଜସେବୀ ତଥା ମହାକାଳପଡା ସାଂସଦଙ୍କ ପ୍ରତିନିଧି ପ୍ରତାପ ଚନ୍ଦ୍ର ଦାସ, ସମ୍ମାନନୀୟ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ୍ ଧ୍ରୁବ ଚରଣ ଦାସ, ଶ୍ରୀବତ୍ସ ନାୟକ, ପୂର୍ବତନ ସାମରିକ ଅଧିକାରୀ ବାନୀଭୂଷଣ ନାୟକ, ରାହାମାର ନିଗମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଚିତ୍ର ପରିଡା ପ୍ରମୁଖ ଯୋଗଦେଇ ଚମ୍ପିୟନ ଓ ରନର୍ସ ଅଫ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଏହି ମ୍ୟାଚକୁ ଦକ୍ଷ ଅମ୍ପେୟାର ସରୋଜ ପ୍ରଧାନ, ସୁରେଶ ଲେଙ୍କା, ପ୍ରଦ୍ୟୁମ୍ନ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ । ଫାଇନାଲ ମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚ ଭାବେ ନିଖିଲି, ମ୍ୟାନ ଅଫ ଦି ସିରିଜ ଭାବେ ବନ୍ଧନ ପରିଡା ବିବେଚିତ ହୋଇ ପୁରସ୍କୃତ ହୋଇଥିଲେ ଏବଂ ଚାମ୍ପିୟନ ଦଳକୁ ପନ୍ଦର ହଜାର ଏକ ଟଙ୍କା ଓ ଟ୍ରଫି ଏବଂ ରନର୍ସ ଅଫ ଦଳକୁ ଦଶ ହଜାର ଏକ ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ