ବାର୍ଷିକ ଖଣି ସୁରକ୍ଷା ସପ୍ତାହ ସମାରୋହ

ବଡ଼ବିଲ/କୋଇଡ଼ା, (ସମୀର କୁମାର ଦାସ):ଖଣି ନିରାପତ୍ତା ମହା ନିର୍ଦ୍ଦେଶାଳୟ-ଡିଜିଏମଏସଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ୪୨ତମ ବାର୍ଷିକ ଖଣି ସୁରକ୍ଷା ସପ୍ତାହ-୨୦୨୪ର ପ୍ରି-ଫାଇନାଲ ସମାରୋହରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ୱାରର କାଶିଆ ଆଇରନ ଆଣ୍ଡ ଡୋଲାମାଇଟ ଓ ଟେନ୍ସା ମାଇନ୍ସକୁ ବିଭିନ୍ନ ବର୍ଗରେ ୮ଟି ପୁରସ୍କାର ମିଳିଛି। ତାଲିମ, ସ୍ୱାସ୍ଥ୍ୟ, ସୁରକ୍ଷା, ଜନକଲ୍ୟାଣ ଭଳି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏସବୁ ପୁରସ୍କାର ମିଳିଛି।ଯୋଡ଼ାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କାଶିଆ ମାଇନ୍ସକୁ ୫ଟି ବର୍ଗରେ ପୁରସ୍କାର ମିଳିଛି। ତାଲିମ, ସ୍ୱାସ୍ଥ୍ୟ ଓ ଜନକଲ୍ୟାଣ ବର୍ଗରେ କାଶିଆ ମାଇନ୍ସ ପ୍ରଥମ ସ୍ଥାନରେ ରହିଥିବା ବେଳେ ଗୋଷ୍ଠୀଗତ ଧନ୍ଦାମୂଳକ ତାଲିମ କେନ୍ଦ୍ର (ଜିଭିଟିସି) ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଦ୍ୱିତୀୟ ପୁରସ୍କାର, ନିରାପତ୍ତା ଓ ବୈଧାନିକ ନିୟମ ଅନୁପାଳନ ପାଇଁ ଦ୍ୱିତୀୟ ଏବଂ ବୃତ୍ତିଗତ ସ୍ୱାସ୍ଥ୍ୟକେନ୍ଦ୍ରକୁ ତୃତୀୟ, ଜରୁରୀକାଳୀନ ପ୍ରସ୍ତୁତି ଓ ମକଡ୍ରିଲ ପାଇଁ ତୃତୀୟ ପୁରସ୍କାର ମିଳିଛି। ସେହିପରି ଟେନ୍ସା ମାଇନ୍ସକୁ ମଧ୍ୟ ବିଭିନ୍ନ ବର୍ଗରେ ୩ଟି ପୁରସ୍କାର ମିଳିଛି। ତାଲିମ, ସ୍ୱାସ୍ଥ୍ୟ ଓ ଜନକଲ୍ୟାଣ ବର୍ଗରେ ପ୍ରଥମ, ଖନନ, ବିସ୍ଫୋଟନ ଓ ସୁରକ୍ଷିତ ବାରୁଦ ପରିଚାଳନା ପାଇଁ ଦ୍ୱିତୀୟ ପୁରସ୍କାର ସହିତ ଅଭିନବୀକରଣ ଓ ଡିଜିଟାଲକରଣ ପାଇଁ ମଧ୍ୟ ଦ୍ୱିତୀୟ ପୁରସ୍କାର ମିଳିଛି।ଏହି ସଫଳତା ପାଇଁ କାଶିଆ ମାଇନ୍ସର ୟୁନିଟ ମୁଖ୍ୟ ଶ୍ରୀ ପ୍ରମୋଦ କୁମାର ପାତ୍ର ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ପୁରସ୍କାର ଆମର ଦଳଗତ ଉଦ୍ୟମକୁ ସ୍ୱୀକୃତି ପ୍ରଦାନ କରିବା ସହ ଏଥିରେ ସର୍ବୋଚ୍ଚ ନିରାପତ୍ତା ମାନକର ଅନୁପାଳନ, ଦଳଗତ କାର୍ଯ୍ୟକୁ ପ୍ରୋତ୍ସାହନ ଓ ନିରନ୍ତର ଉନ୍ନତି ପାଇଁ ଚାଲିଥିବା ପ୍ରୟାସ ପ୍ରତିଫଳିତ ହେଉଛି ବୋଲି ସେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ