ବାଲିଆ ଦୋଳମେଲଣ ଅନୁଷ୍ଠିତ

କେନ୍ଦ୍ରାପଡା : ୨୫୦ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଚାଲିଆସିଥିବା କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାଲିଆ ଦୋଳ ମେଲଣ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ମଠ ଓ ମନ୍ଦିରର ପ୍ରାୟ ୬୦ଟି ବିମାନ ବାଲିଆସ୍ଥିତ ମେଲଣ ପଡିଆରେ ପହଁଚିଥିଲେ । ରାତି ୧୨ଟା ସୁଦ୍ଧା ସମସ୍ତ ବିମାନ ମେଲଣ ପଡିଆରେ ପହଁଚିବା ପରେ କାନୁନଗୋ ପରିବାରର ଦାୟାଦ ତାରା ପ୍ରସନ୍ନ କାନୁନଗୋ ଓ ଡା.ବିଶ୍ୱ ପ୍ରକାଶ କାନୁନଗୋଙ୍କ ପକ୍ଷରୁ ଭୋଗଲାଗି କରାଯାଇଥିଲା । ମେଲଣରେ ଶ୍ରୀ ଲଛମନଜୀଉଙ୍କ ବିମାନ ପୋଲିସ ସୁରକ୍ଷା ମଧ୍ୟରେ ପହଁଚିଥିଲା । ଦୋଳ ମେଲଣ କମିଟି,ମଧୁସାଗର ମହୋତ୍ସବ କମିଟି,ବାଲିଆ ବଜାର କମିଟି ଓ ଭାଗବତପୁର ଗ୍ରାମପଂଚାୟତର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ଦୋଳମେଲଣରେ ପୋଲିସ ସହାୟତା କେନ୍ଦ୍ର,ଅଗ୍ନିଶମ ସହାୟତା କେନ୍ଦ୍ର,ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ର,ସୂଚନା କେନ୍ଦ୍ର,ସ୍ୱଛତା ସଚେତନତା କେନ୍ଦ୍ର ଓ ବିଭିନ୍ନ ସଂସ୍ଥା ପକ୍ଷରୁ ପାନୀୟ ଜଳ ଯୋଗଣ କେନ୍ଦ୍ର ପ୍ରଭୃତି ଖୋଲାଯାଇଥିଲା । ଏହି ମେଲଣରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ,କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା ଓ ସଦର ଥାନା ଅଧିକାରୀ ପ୍ରମୋଦ କୁମାର ମଲ୍ଲିକ ପ୍ରମୁଖ ପୋଲିସ ଫୋର୍ସଙ୍କ ସମେତ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ