ବାଲିଗୁଡାରେ ଭର୍ଚୁଆଲ ମାଧ୍ୟମରେ ‘ଆମ ହସ୍ପିଟାଲ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟର ରୂପାନ୍ତର କାର୍ଯ୍ୟ କରାଯିବା ପରେ ଶନିବାର ତା’ର ଶୁଭାରମ୍ଭ କରାଯାଇଛି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଉଦ୍‌ଘାଟନ କରିଥିଲେ। ତାଙ୍କ ସହ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ରହି ପରିଚାଳନା କରିଥିଲେ। ଏହି ଉଦ୍‌ଘାଟନ ଉତ୍ସବ ପାଇଁ ବାଲିଗୁଡା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ବିଧାୟକ ଚକ୍ରମଣି କହଁର ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥିଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଳିକ, ସାଂସଦ ପ୍ରତିନିଧି ତଥା ବ୍ଲକ ବିଜେଡି ସଭାପତି ଟୁନା ଦାସ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ଅନ୍ୟ ଲୋକ ପ୍ରତିନିଧିମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ମେଡିକାଲ ଅଧିକାରୀ ପରିଚାଳନା କରିଥିବା ବେଳେ ସମସ୍ତ କାର୍ଯ୍ୟରତ ମେଡିକାଲ ଅଫିସର, ମହିଳା, ପୁରୁଷ ସ୍ବାସ୍ଥ୍ୟକର୍ମୀ ଓ ଆଶା, ଅଙ୍ଗନଓ୍ବାଡି କର୍ମୀ ଉପସ୍ଥିତ ଥିଲେ। ଏହି ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ କୁ ମୋ’ ହସ୍ପିଟାଲ ଯୋଜନାରେ ରୂପାନ୍ତର କରାଯାଇଛି। ଯେଉଁଠି ଫ୍ରି ଗାଡ଼ି ପାର୍କିଂ ସମେତ ରୋଗୀ ଓ ସମ୍ପର୍କୀୟଙ୍କ ପାଇଁ ପ୍ରତୀକ୍ଷା ଗୃହ ଆଦିର ସୁବିଧା କରାଯାଇଛି। ଏହାଦ୍ୱାରା ଉକ୍ତ ଚିକିତ୍ସାଳୟରେ ରୋଗୀଶଯ୍ୟା ବୃଦ୍ଧି ବ୍ୟବସ୍ଥା କରାଯାଇଛି। ବିଶେଷକରି ରୋଗୀଙ୍କ ରୋଗ ଚି଼ହ୍ନଟ କରିବା ପାଇଁ ପରୀକ୍ଷାକେନ୍ଦ୍ରର ଉନ୍ନତି କରାଯାଇଛି। ସେହିପରି ମିଶନଶକ୍ତି କାଫେ ଖୋଲାଯିବା ବ୍ୟବସ୍ଥା କରାଯାଇଛି। ଯେଉଁଠି ରୋଗୀଙ୍କ ପାଇଁ ସୁଲଭ ଦରରେ ଖାଦ୍ୟ ମିଳିପାରିବ ସେ ବ୍ୟବସ୍ଥା କରାଯାଇଛି। ପ୍ରକାଶ ଯେ, ରାଜ୍ୟରେ ମୋ’ ହସ୍ପିଟାଲ ଯୋଜନାରେ ରାଜ୍ୟରେ ୧୫ ଜିଲାରେ ୭୩ଟି ‘ଆମ ହସ୍ପିଟାଲ’ର ଶୁଭାରମ୍ଭ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ