ବାଲିଗୁଡାରେ ସାମାଜିକ ଦୂରତ୍ୱକୁ ମାନୁନାହାନ୍ତି ଲୋକେ: ବ୍ୟାଙ୍କ ସମ୍ମୁଖରେ ପ୍ରବଳ ଭିଡ଼

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) : ସମଗ୍ର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଥିରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତ୍ୱକୁ ବିଶେଷ ଭାବେ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ରାଜ୍ୟ ସରକାର ଅନେକ କଟକଣା ମଧ୍ୟ ଜାରି କରିଛନ୍ତି। ମାତ୍ର କନ୍ଧମାଳ ଜିଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ବାଲିଗୁଡା ଟାଉନରେ ଥିବା କିଛି ନିର୍ଦ୍ଦିଷ୍ଟ ବ୍ୟାଙ୍କ ସମ୍ମୁଖରେ ପ୍ରତିଦିନ ପ୍ରବଳ ଭିଡ଼ ଲାଗିଥିବା ଦେଖିବାକୁ ମିଳିଛି। ମହିଳାମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସରକାର ବିଭିନ୍ନ ଯୋଜନାମାନ ପ୍ରଣୟନ କରିବା ସହିତ ବ୍ୟାଙ୍କ ଜରିଆରେ ଅର୍ଥ ପ୍ରଦାନ କରୁଛନ୍ତି। ଏହି ଅର୍ଥ ନେବା ପାଇଁ ବ୍ୟାଙ୍କ ସମ୍ମୁଖରେ ମହିଳାଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ସାମାଜିକ ଦୂରତ୍ୱ ନେଇ ବ୍ୟାଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନ ଥିବା ବେଳେ ଏଥିପ୍ରତି ପ୍ରଶାସନର ମଧ୍ୟ ଦୃଷ୍ଟି ନାହିଁ। ଆଗାମୀ ଦିନରେ ଏଭଳି ଭିଡ଼ ଲଗିରହିଲେ ସମଗ୍ର କନ୍ଧମାଳ ରେ ପରିସ୍ଥିତି ଅସମ୍ଭାଳ ହେବାର ଆଶଙ୍କା ରହିଛି। ଏଥିପ୍ରତି ଉଭୟ ବ୍ୟାଙ୍କ କର୍ତ୍ତୃପକ୍ଷ ଓ ପୋଲିସ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ