ବାଲିଗୁଡା ଏନଏସିର ୨୧ ତମ ସାଧାରଣ ବୈଠକ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଏନଏସିର ଏକବିଂଶତମ ସାଧାରଣ ବୈଠକ ନୂତନ ଅଧ୍ୟକ୍ଷ ଲୋକନାଥ ପାଢ଼ୀଙ୍କ ଅଧକ୍ଷତାରେ ସଭା ଗୃହ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁରଙ୍କ ଉପସ୍ଥିତରେ ବୈଠକରେ ମୋଟ ୩୮ଟି ପ୍ରସ୍ତାବ ଉପରେ ଆଲୋଚନା ହେବା ସହ ୱାର୍ଡର ବିଭିନ୍ନ ସମସ୍ୟା ନେଇ ମତ ରଖିଥିଲେ । ୯ ନମ୍ବର କାଉନ ସିଲର ମନୋଜ କୁମାର ଆଚାର୍ଯ୍ୟ ଏନଏସିର ସମସ୍ତ କାର୍ଯ୍ୟକ୍ରମ ଉପରେ ସ୍ପେସିଆଲ ଅଡିଟ କରି ତଦନ୍ତ କରାଯାଉ ବୋଲି ଦାବି କରିଥିଲେ । ଏହି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟନିର୍ବହୀ ଅଧିକାରୀ ଜୟଦେବ ଷଡ଼ଙ୍ଗୀ, କାଉନସିଲର ଜୟନ୍ତୀ ଜେନା, ଶିରୀଶ ପ୍ରଧାନ, ନାରାୟଣ ଡାକୁଆ, ବରଦା ପ୍ରସାଦ ମିଶ୍ର, ମନୋଜ କୁମାର ଆଚାର୍ଯ୍ୟ , ଅର୍ଜୁନ ନାୟକ, ଝରଣା ଦଣ୍ଡସେନା, ଶାନ୍ତି କୁମାରୀ ନାୟକ, ସସ୍ମିତା ବେହେରା,କୌଶଲ୍ୟା ନାୟକ, ସ୍ନେହଲତା ମଳିକଙ୍କ ସମେତ ଅଫିସର ସମସ୍ତ କର୍ମଚାରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ