ବାଲିଛାଇ ପଞ୍ଚାୟତ : ସରପଞ୍ଚ ସମେତ ୫ ୱାର୍ଡ ମେମ୍ବର ନିର୍ଦ୍ୱନ୍ଦରେ ନିର୍ବାଚିତ।

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ପୋଲସରା ବ୍ଲକର ବାଲିଛାଇ ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବେ ସିଲୁ ବେହେରା ନିର୍ଦ୍ୱନ୍ଦରେ ନିର୍ବାଚିତ ହେବାସହ ୫ ଜଣ ୱାର୍ଡ ମେମ୍ବର ମଧ୍ୟ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡିଛି । ବାଲିଛାଇ ପଞ୍ଚାୟତରେ ଶ୍ରୀମତୀ ବେହେରାଙ୍କ ସହ ପ୍ରତିଦ୍ୱନ୍ଦୀ ପ୍ରାର୍ଥୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପରେ ସେ ନିର୍ଦ୍ୱନ୍ଦରେ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ୩ ନମ୍ବର ୱାର୍ଡରୁ କ୍ରିଷ୍ଣା ସ୍ୱାଇଁ, ୪ ନମ୍ବର ୱାର୍ଡରୁ ରବିନ ବିଷୋୟୀ, ୮ ନମ୍ବର ୱାର୍ଡରୁ ଶିବ ଶଙ୍କର ଲେଙ୍କା, ୧୦ ନମ୍ବର ୱାର୍ଡରୁ କାଶୀନାଥ ଗୌଡ଼ ଓ ୧୧ ନମ୍ବର ୱାର୍ଡରୁ ପର୍ଶୁରାମ ପ୍ରଧାନ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଅପ୍ରତିଦ୍ୱନ୍ଦୀ ହେବା ପରେ ସରପଞ୍ଚ ପ୍ରାର୍ଥୀ ଓ ୫ ୱାର୍ଡ ମେମ୍ବର ପ୍ରାର୍ଥୀ ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ଶ୍ରେୟ ଦେବାସହ କୃତଜ୍ଞତା ଜ୍ଞାପନ କରିଥିଲେ । ବିଜେଡି ସମର୍ଥୀତ ସରପଞ୍ଚ ଓ ୱାର୍ଡ ମେମ୍ବର ଅପ୍ରତିଦ୍ବନ୍ଦୀ ହେବାପରେ ବିଧାୟକ ଶ୍ରୀକାନ୍ତ ସାହୁ ଡୁଙ୍ଗୁରି ଗ୍ରାମରେ ପହଁଞ୍ଚି ସରପଞ୍ଚ ଓ ୱାର୍ଡ ମେମ୍ବର ମାନଙ୍କୁ ପୁଷ୍ପମାଲ୍ୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ବିଧାୟକଙ୍କ ସହ ସକ୍ରିୟ କର୍ମୀ ବୃନ୍ଦ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ