ବାଲିବରେଇ ଓ ପଢିଆରିପଲ୍ଲୀରେ ପିଡିଏସ ଚାଉଳ ଯୋଗାଣରେ ଘୋଟାଲା

ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକର ବିଭିନ୍ନ ପଞ୍ଚାୟତରେ ପିଡିଏସ ଚାଉଳ ଘୋଟାଲା ହୋଇଥିବା ନେଇ ଅଭିଯୋଗ ହୋଇଛି । ବାଲିବରେଇ ପଞ୍ଚାୟତରେ ଅନେକ ହିତାଧିକାରୀ ଗତ ଜାନୁୟାରୀ ଓ ଫେବୃୟାରୀ ମାସର ମାଗଣା ଚାଉଳ ପାଇ ନାହାନ୍ତି । ଫେବୃୟାରୀ ମାସ ଯାଇ ମାର୍ଚ୍ଚ ମାସ ସରିବାକୁ ବସିଥିବାବେଳେ ଖାଉଟି ସାମଗ୍ରୀ ନମିଳିବାରୁ ସାଧାରଣ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ସେହିପରି ପଢ଼ିଆରିପଲ୍ଲୀ ପଞ୍ଚାୟତରେ ଶହଶହ ହିତାଧିକାରୀ ଫେବୃୟାରୀ ମାସର ମାଗଣା ଚାଉଳ ପାଇଥିବାବେଳେ ଟଙ୍କିକିଆ ଚାଉଳ ପାଇ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ଏହାକୁନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏ ସମ୍ପର୍କରେ ବ୍ଲକ ଯୋଗାଣ ଅଧିକାରୀ ଶ୍ୟାମ ମାଝୀଙ୍କୁ ପଚାରିବାରେ ସେ ଏ ସମ୍ପର୍କରେ ଖବର ପାଇଛନ୍ତି । ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନେବେ ବୋଲି ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ