ବାଲିଭଉଁରୀ-ଶିଖରଘାଟ ରାସ୍ତାର ମଝିରେ ଗର୍ତ ଦୁର୍ଘଟଣା ଆଶଙ୍କା
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :ଜଗତସିଂହପୁର ଜିଲ୍ଲା ସଦରମହକୁମାରୁ ନାଉଗାଁ ବ୍ଳକକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି । ବିଭାଗୀୟ ଅଧିକାରୀମାନେ ଏହାକୁ ଦେଖି କିଛି ଦିନ ହେଲା ଅଣଦେଖା କରି ଚାଲିଛନ୍ତି । ଯାହାଫଳରେ ଦିନକୁ ଦିନ ଏହି ରାସ୍ତାର ଅବସ୍ଥା ଖାଲଖମାରେ ପୂର୍ଣ୍ଣ ହୋଇ ଅତ୍ୟନ୍ତ ଶୋଚନୀୟ ହେବାରେ ଲାଗିଛି । ପୂର୍ତ ବିଭାଗର ଜଗତସିଂହପୁର ଡିଭିଜନ ଅଧିନ ବାଲିଭଉଁରୀ-ଶିଖରଘାଟ ରାସ୍ତାର ମୁଣ୍ଡାଳୋ ଠାରୁ ଖଇରାବସ୍ତ ପର୍ଯର୍୍ୟନ୍ତ ରାସ୍ତା ମଝିରେ ଏହିଭଳି ଏକ ଅବସ୍ଥା ଦେଖିବାକୁ ମିଳୁଛି । ସୂଚନା ଅନୁସାରେ ଏହି ରାସ୍ତାର ଉଭୟ ପଟରେ ଚାଷ ଜମି ରହିଛି । ଏହି ଚାଷଜମିରୁ ଉଦବୃତ ଜଳ ନିଷ୍କାସନ ପାଇଁ ରାସ୍ତାରେ କଲର୍ଭଟ ନିର୍ମାଣ କରାଯାଇଛି । କିନ୍ତୁ କଲର୍ଭଟ ଥିବା ରାସ୍ତା ଉପରେ ଏକ ଗର୍ତ ସୃଷ୍ଟି ହୋଇଛି । ଯାହାକି ରାସ୍ତାର ମଝି ଭାଗରେ ରହିଥିବାରୁ ଗମନାଗମନରେ ବାଧା ସୃଷ୍ଟି କିରିଛି । ଏହି ରାସ୍ତା ଦେଇ ପ୍ରତ୍ୟେହ ଶହ ଶହ ଯାନ ଯାତାୟାତ କରୁଥିବା ବେଳେ ଏହି ଗାତ ଗାଡି ଚାଳକ ପାଇଁ ବିପଦର କାରଣ ହୋଇଛି । ବିଶେଷକରି ଅଜଣା ଗାଡି ଚାଳକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ତୁରନ୍ତ ମରାମତି କରାନଗଲେ ଏହା ଯେ କୌଣସି ମୁହୁର୍ତରେ ଦୁର୍ଘଟଣାର କାରଣ ହୋଇ ଧନ ଜୀବନ ହାନିର କାରଣ ହେବ । ଏଥିପ୍ରତି ତୁରନ୍ତ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି ।


