ବାଲି ଚୋରା ଚାଲାଣ ବେଳେ ଦୁଇ ଟ୍ରାକ୍ଟର୍ କୁ ଜବତ କଲା ବେଲଗୁଣ୍ଠା ପୁଲିସ୍

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ନଦୀ ପଠାରୁ ବାଲି ଚୋରା ଚାଲାଣ ବେଳେ ବେଲଗୁଣ୍ଠା ପୋଲିସ୍ ଦୁଇ ବାଲି ଭର୍ତ୍ତି ଟ୍ରାକ୍ଟରକୁ ଜବତ କରିଥିବା ସୂଚନା ମିଳିଛି I ସୂଚନା ପ୍ରକାରେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଏକତାଳ ନଦୀ ପଠାରୁ ବେଆଇନ୍ ଭାବେ ବାଲି ଚୋରାଚାଲାଣ ହେଉଥିବା ନେଇ ଖବର ପାଇ ବେଲଗୁଣ୍ଠା ପୋଲିସ୍ ଘଟଣା ସ୍ଥଳରେ ଚଢ଼ାଉ କରିଥିଲା I ଚଢ଼ାଉ ବେଳେ ସେଠାରୁ ଦୁଇ ବାଲି ଭର୍ତ୍ତି ଟ୍ରାକ୍ଟରକୁ ଜବତ କରିବାରେ ପୋଲିସ୍ ସକ୍ଷମ ହୋଇଥିଲା I ଏନେଇ ବେଲଗୁଣ୍ଠା ଥାନାରେ କେଶ୍ ନମ୍ବର୍ ୩୬/୨୩ ଏବଂ ୩୭/୨୩ ରେ ଦୁଇଟି ମାମଲା ରୁଜୁ ହୋଇଥିବା ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ସୂଚନା ଦେଇଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ