ବାଲୁଗାଁ –ବ୍ରହ୍ମପୁର ସେକ୍ସନରେ ଟିକେଟ ଯାଞ୍ଚ ଧରପଗଡ
ବିନା ଟିକେଟରେ ରେଳରେ ଯାତ୍ର କରିବା ଏକ ଦଣ୍ଡନୀୟ ଅପରାଧ , କିନ୍ତୁ ପ୍ରତିଦିନ ଟ୍ରେନରେ ବିନା ଟିକେଟରେ ଯାତ୍ରା କରୁଥିବାର ବିଭିନ୍ନ ସମୟରେ ନଜର ରହିଛି । କିନ୍ତୁ ବାଲୁଗାଁ ଓ ବ୍ରହ୍ମପୁର ରେଳ ବିଭାଗ ତରଫରୁ ଚଳିତ ମାସ ୧୩ ତାରିଖ ଠାରୁ ଟିକେଟ ଯାଞ୍ଚ ପ୍ରକ୍ରିୟା ଧରପଗଡ କରାଯାଇଛି । ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କୁ ଧରିବା ପାଇଁ ରେଳ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଶ୍ରୀ ଡି.ପି ଜେନାଙ୍କ ନେତୃତ୍ୱରେ ବାଣିଜ୍ୟ ନିରୀକ୍ଷକ ଓ ଟିକେଟ ଯାଞ୍ଚ କର୍ମଚାରୀଙ୍କ ସହାୟତାରେ ଧରପଗଡ କରାଯାଇଛି । ଟ୍ରେନ ବିଭାଗ ତରଫରୁ ଉଚିତ ପଦକ୍ଷେପ କାରଣରୁ ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କ ଠାରୁ ୧ ଲକ୍ଷ ୨ ହଜାର ୯ ଶହ ୯୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଆଦାୟ କରିଥିବା ଟ୍ରେନ ଗୁଡିକ ମଧ୍ୟରେ ପ୍ରଶାନ୍ତି ଏକ୍ସପ୍ରେସ , ଏରନାକୁଲମ ଏକ୍ସପ୍ରେସ , ପାଟନା , ଯାଞ୍ଚ କରାଯାଇ ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କ ଠାରୁ ଅର୍ଥ ଆଦାୟ କରାଯାଇଛି । ପ୍ରତିଦିନ ବିନା ଟିକେଟରେ ଯାତ୍ର କରୁଥିବା ଯାତ୍ରୀ ମାନଙ୍କୁ ଟିକେଟ ଯାଞ୍ଚ କରାଯିବ ତେଣୁ ଉପଯୁକ୍ତ ଟିକେଟ ସହ ଯାତ୍ରା କରିବାକୁ ଯାତ୍ରୀ ମାନଙ୍କୁ ରେଳବାଇ ପକ୍ଷରୁ ଅନୁରୋଧ କରାଯାଇଛି ।


