ବାଲେଶ୍ୱରରେ ମହାପୁରୁଷ ମହମ୍ମଦ ଜୟନ୍ତୀ
ବାଲେଶ୍ୱର, (ସରୋଜ ପଣ୍ଡା) : କୋଭିଡ କଟକଣା ମଧ୍ୟରେ ବାଲେଶ୍ୱରର ମୁସଲିମ ସମ୍ପ୍ରଦାୟଙ୍କ ପକ୍ଷରୁ ମହପୁରୁଷ ମହମ୍ମଦଙ୍କ ଜୟନ୍ତୀ ମଙ୍ଗଳବାର ଶାନ୍ତି ଶୃଙ୍ଖଳ।।ର ସହ ପାଳିତ ହୋଇଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନିରାଡ଼ମ୍ବର ଭାବେ ଏହି ଉତ୍ସବ ପାଳିତ ହୋଇଥିବା ଲକ୍ଷ୍ୟ କରାଯାଇଛି । ପ୍ରଶାସନର ମାର୍ଗ ଦର୍ଶିିକାକୁ ଗୁରୁତ୍ୱ ଦେଇ ଉତ୍ସବ ପରିସରକୁ ସଙ୍କୁଚିତ କରାଯିବା ସହ ଅଧିକ ଜନସମାଗମ ହୋଇନଥିଲା । ଏମିତିକି ଏ ବର୍ଷ ଶୋଭାଯାତ୍ରା ଓ ଜୁଲୁସ ପ୍ରଦର୍ଶନକୁ ବନ୍ଦ କରାଯାଇଛି । ସାମାଜିକ ଦୂରତା ରକ୍ଷା ଓ ତୁଣ୍ଡି ବ୍ୟବହାର ପୂର୍ବକ ଘରେ ଘରେ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ପାଳନ କରାଯାଇଛି । ପ୍ରାର୍ଥନା ଓ ଦାନ ଧର୍ମକୁ ଅଧିକ ଗୁରୁତ୍ୱ ଦିଆଯାଇଛି ।