ବାଲେଶ୍ୱରିଆ ନେତାଙ୍କର ଯୋଶ ଦେଖି ଜନତାଙ୍କର ଉଡିଗଲାଣି ହୋସ
ବାଲେଶ୍ୱର,(ସରୋଜ ପଣ୍ଡା ): ନବନିର୍ବାଚିତ ନେତାମାନେ ପୁରା ଯୋଶ ଭରା ମୁଡରେ । ନିଜ ନିର୍ବାଚନ ମଣ୍ଡଳୀ ମାନଙ୍କରେ ଯିଏ ଯେଉଁଠି ଡାକିଲା, ଯାହା କହିଲେ ବି ନେତାଏଁ ସବୁ କରିପକାଇଲା ଭଳି ବଡ ବଡ ପ୍ରତିଶ୍ରୁତି ଦେଇ ପକାଉଛନ୍ତି । କିଏ ମୁଁ ଆପଣଙ୍କ ସେବାରେ ତ, କିଏ ପୁଣି ଦୁଃଖ ସୁଖର ସାଥି, ଆଉ କିଏ ମୁଁ କେବଳ ତୁମ ମାନଙ୍କ ପାଇଁ , ଏମିତି ନୂଆନୂଆ ଭାଷଣ ଶୁଣାଇ ଜନସାଧାରଣଙ୍କୁ ମତୁଆଲା କରାଇ ଦେଉଛନ୍ତି । ନେତା ବି କିଛି କମ୍ ନୁହନ୍ତି । ନବ ନିର୍ବାଚିତଙ୍କ କଥା ଯଦିଓ ଭିନ୍ନ କିନ୍ତୁ ପୁରୁଣା ନେତାଙ୍କ ପକ୍ଷରେ ଦେଖିଲା ବେଳକୁ ଟିକେ ସନ୍ଦେହ ଲାଗୁଛି । ପାଞ୍ଚବର୍ଷ କାଳ ପଦରେ ରହିଲେ କାମ କରିବାପାଇଁ ସମୟ ହେଲାନାହିଁ ଯେ ବର୍ତ୍ତମାନ ସବୁ କରି ପକାଇବେ । ନୂଆ ଆଉ ପୁରୁଣା ନେତା ସରକାରୀ ବାବୁ ମାନଙ୍କୁ ନାକେଦମ କରି ସାରିଲେଣି । ରହିବସି ଅଏସ ଆରାମରେ କାମ କରୁଥିବା ବେଳେ ସରକାରୀ ବାବୁ ମାନେ ନେତାଙ୍କ ଯୋଶ ଦେଖି ଛାନିଆ କିପରି ଭାବେ ନେତାଙ୍କ କଥାରେ ହଁ ସହ ହଁ ମିଳେଇ ଚାଲିଲେ ଠିକ୍ ଅନ୍ୟତ୍ର ବଦଳି ହେବାରେ ଭୟ ଘାରୁଛି । ବାଲେଶ୍ୱର ବାସୀଙ୍କ ଆଖିରେ ନେତାଙ୍କର ଏତେ ହାଇସ୍ପିଡ କାମ କେବେ ପରିଲକ୍ଷିତ ହୋଇନଥିଲା ବାରମ୍ବାର ନେତାଙ୍କୁ ଅନୁରୋଧ କରି ବିଫଳ ହେଉଥିବା ଜନସାଧାରଣ କମ୍ ସେ କମ୍ ଟିକେ ଆଶ୍ୱସ୍ତିି ଲାଭ କରିଛନ୍ତି ସବୁଠାରୁ ବଡ ଚିନ୍ତାର ବିଷୟ ନେତା ସୁଧୁରିଲେଣି ନାଁ ଜାଣି ଶୁଣି ଲୋକଦେଖାଣିଆ କାମ କରୁଛନ୍ତି । କାରଣ ନେତା ପ୍ରଥମ ଟିକେ ଦେଖାନ୍ତି, ତାପରେ ଖାଲି ଦେଖନ୍ତି । ଆଉ କିଛି କରନ୍ତି ନାହିଁ, ଆଗାମୀ ଦିନରେ ଜିଲ୍ଲାରେ ପୌର ନିର୍ବାଚନ ଥିବା ବେଳେ ନେତାଙ୍କର ହଠାତ୍ ମନୋଭାବର ପରବର୍ତ୍ତନ ହୋଇନାହିଁ ତ? ତଣୁ ଯଦିଓ ନେତାଙ୍କ ପ୍ରତି ଜନସାଧାରଣଙ୍କର ମନୋଭାବରେ ପରିବର୍ତ୍ତନ ଆସିଛି ହେଲେ ସେମାନଙ୍କ ଉପରେ ଆଉ ବିଶ୍ୱାସ ଆଣିପାରୁ ନାହାନ୍ତି । ଜନତା ଜନାର୍ଦ୍ଦନ ଗାଦିରେ ବସାଇବା ଜାଣିଛନ୍ତି ଯଦି ଗାଦିରୁ ଓହ୍ଲାଇବା ମଧ୍ୟ ଶିଖିଛନ୍ତି ତେଣୁ ଜନତା ସବୁ ଦେଖୁଛନ୍ତି । କିଏ କେତେ ସ୍ପିଡ୍, କିଏ କେତେ ଏକ୍ସନ୍ମୁଡରେ, ଆଉ କିଏ କେତେ ପାଣିରେ, ସବୁଠି ଗୋଟିଏ କଥା ଆଗାମି ପାଞ୍ଚ ବର୍ଷ ପାଇଁ ନେତାଙ୍କ ଏଭଳି ଯୋଶ ଲାଗିରହିବ ନା କିଛିଦିନ ପରେ ସମ୍ପୂର୍ଣ୍ଣ ଧିମେଇଯିବ, ତେଣୁ କଥାରେ କଥାରେ ନେତାଙ୍କ “ଏ ରଙ୍ଗ ରହିଲେ ହେଲା ।