ବାଲେଶ୍ୱର ବନ୍ଦ ସଫଳ ପାଇଁ ସଦର ବିଜେପି ପକ୍ଷରୁ ନିବେଦନ

ବାଲେଶ୍ୱର, (ସରୋଜ ପଣ୍ଡା) :-ଜିଲାର ସାମ୍ପ୍ରତିକ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିର ପ୍ରତିବାଦରେ ଭାରତୀୟ ଜନତା ପାର୍ଟି, ସଦର ନିର୍ବାଚନ ମଣ୍ଡଳୀ କମିଟି ୧୬ ତାରିଖ ରେ ବାଲେଶ୍ୱର ବନ୍ଦ କରିବ । ତେବେ ଏହି ବନ୍ଦ ବାଲେଶ୍ୱର ସହର ସମେତ ସଦର ନିର୍ବାଚନମଣ୍ଡଳୀର ପ୍ରମୁଖ ଅଞ୍ଚଳରେ ପାଳନ ସମ୍ପର୍କରେ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ଉପ-ସଭାପତି ତଥା ସଦର ନିର୍ବାଚନ ମଣ୍ଡଳୀର ନେତା ମାନସ କୁମାର ଦତ୍ତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସଦର ଶାଖା କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦତ୍ତଙ୍କ ସମେତ ଦଳୀୟ କର୍ମକର୍ତ୍ତା ଓ ନେତାମାନେ େ ଯାଗଦେଇ ବାଲେଶ୍ୱର ବନ୍ଦର ରୂପରେଖ ସମ୍ପର୍କରେ ଆଲୋକପାତ କରିଥିଲେ । ଗତ ଉପ ନିର୍ବାଚନଠାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ବାଲେଶ୍ୱରର ଦାୟିତ୍ୱ ନେବା ପରେ ୨୭ରୁ ଅଧିକ ମର୍ଡର, ଶହସ୍ରାଧିକ ମୋବାଇଲ ଓ ସୁନା ଚେନ ଛିନ୍‌ତାଇ, ଏ.ଟି.ଏମ୍ ଲୁଟ ବଢ଼ି ଚାଲିଥିବା ବେଳେ ଅପରାଧୀଙ୍କୁ ପୁଲିସ ଧରି ନପାରିବା ଦୁର୍ଭାଗ୍ୟର ବିଷୟ ବୋଲି ଶ୍ରୀ ଦତ୍ତ ଆରୋପ କରିଛନ୍ତି । ଏନେଇ ଆସନ୍ତା ୧୬ ତାରିଖ ଗୁରୁବାର ୧୨ ଘଣ୍ଟିଆ ବାଲେଶ୍ୱର ବନ୍ଦକୁ ସଫଳ କରିବା ପାଇଁ ଦଳ ପକ୍ଷରୁ ସମସ୍ତ ସାମାଜିକ ସଂଗଠନ, ବରିଷ୍ଠ ନାଗରିକ, ବ୍ୟବସାୟୀଙ୍କ ସମେତ ଜନସାଧାରଣଙ୍କ ନିବେଦନ କରାଯାଇଛି । ଏହି ଅବସରରେ ବାଲେଶ୍ୱର ବନ୍ଦ ପାଇଁ ସ୍ୱତନ୍ତ୍ର ପୋଷ୍ଟର ଉନ୍ମୋଚିତ କରାଯାଇଥିଲା । ତେବେ ବିଜେପି ଜିଲା କମିଟି ଥିବା ସତ୍ତ୍ୱେ ସଦର ଶାଖା କର୍ମକର୍ତ୍ତା ଆମନ୍ତ୍ରଣ କରୁଥିବା ସାମ୍ବାଦିକ ସମ୍ମିଳନୀକୁ ଅସିଦ୍ଧ ଘୋଷଣା କରାଯିବା ପ୍ରସଙ୍ଗ ଆଦୌ ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ଦତ୍ତ ସୂଚନା ଦେଇଛନ୍ତି । ପୂର୍ବରୁ ମଧ୍ୟ ଜିଲା କମିଟି ପକ୍ଷରୁ ଏହିଭଳି ୪/୬ଥର ଘୋଷଣା କରାଯାଇଥିଲା । ଅତଏବେ ଏହି ନିର୍ଦ୍ଦେଶନାମାକୁ ଗୁରୁତ୍ୱ ନ ଦେବା ପାଇଁ ସାମ୍ବାଦିକଙ୍କୁ ସେ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ରବିନାରାୟଣ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ପୂର୍ବତନ ନଗର ସଭାପତି ସୀତାକାନ୍ତ ସ୍ୱାଇଁ, ମଣ୍ଡଳ ପ୍ରଭାରୀ ଗୌରାଙ୍ଗ ଦାସ, ଗଙ୍ଗାଧର ରାଉତ, ପ୍ରବୀର ଶଙ୍କର ଦାଶ, ମଣ୍ଡଳ ପ୍ରଭାରୀ ଲୋକନାଥ ଭୂୟାଁ, ପୂର୍ବତନ କାଉନସିଲର ସୁଜିତ ଦେବ ଓ ଉପେନ୍ଦ୍ର ଶତପଥୀ, କାଉନସିଲର ନିତ୍ୟଗୋପାଲ ସିଂ, ସତ୍ୟଶିବ ସୁନ୍ଦର ଦାଶ, ରୋଜାଲିନ ପାଣି, ନିରୂପମା ଦାଶ, ଭାରତୀ ପାତ୍ର, ସସ୍ମିତା ନାଥ, ପ୍ରତିମା ବେହେରା, ରାଜେନ୍ଦ୍ର ଚାଟାର୍ଜୀ, ପର୍ଶୁରାମ ମହାନ୍ତି, ଶ୍ରୀହରି ଶୁକ୍ଳା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ