ଟ୍ରକ ଧକ୍କାରେ ୬ ମଇଁଷି ମୃତ ୨ ଗୁରୁତର
ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ରା. ଉଦୟଗିରି ସବ୍ ଜେଲ୍ ନିକଟରେ ଟ୍ରକ୍ ଦୂର୍ଘଟଣାରେ ୬ ଟି ମଇଁଷିର ମୃତ୍ୟୁ ଘଟିଥିବା ବେଳେ ୨ ଟି ମଇଁଷିର ଅବସ୍ଥା ଗୁରୁତର ଥିବା ଜଣାପଡିଛି । ବ୍ରହ୍ମପୁରରୁ ଗୋଟିଏ ଟ୍ରକ୍ ଟିଣ ବୋଝେଇ କରି ରା. ଉଦୟଗିରି ଅଭିମୁଖେ ଯାଉଥିବା ବେଳେ ଜେଲ୍ ନିକଟ ବୁଲାଣି ରାସ୍ତାରେ ମଇଁଷିମାନେ ରାସ୍ତା ଅତିକ୍ରମ କରୁଥିବା ବେଳେ ଟ୍ରକଟି ଭାରସାମ୍ୟ ହରାଇ ଏଭଳି ଦୂର୍ଘଟଣା ଘଟିଛି । ତେବେ ଡ୍ରାଇଭର କୁ ଲୋକେ ଅଟକ ରଖି ପଚରାଉଚରା କରିବାରୁ ଡ୍ରାଇଭର ଜଣକ ଏହି ରାସ୍ତାରେ ନୂଆଁ ଭାବେ ଆସୁଥିବା ଯୋଗୁଁ ଏଭଳି ଦୂର୍ଘଟଣା ଘଟିଗଲା ବୋଲି ସ୍ଵୀକାର କରିଥିବା ଜଣାପଡିଛି । ଉକ୍ତ ମଇଁଷି ଗୁଡ଼ିକର ମାଲିକ ସୀମାଞ୍ଚଳ ଗୌଡ ମଇଁଷି ଗୁଡିକୁ ଚରେଇବାକୁ ନେବା ବେଳେ ଏଭଳି ଦୂର୍ଘଟଣା ଘଟିଛି । ରାସ୍ତା ଉପରେ ମଇଁଷି ଗୁଡ଼ିକ ପଡିଥିବା ବେଳେ କିଛି ଲୋକେ କ୍ଷତି ପୂରଣ ଦାବିରେ ୭ଘଣ୍ଟା ଧରି ପାରଳା-ଖେମୁଣ୍ଡି ମୋହନା – ବ୍ରହ୍ମପୁର ଜାତୀୟ ରାଜପଥକୁ ଅବରୋଧ କରି ରଖିଥିଲେ । ଗାଡ଼ି ମାଲିକ ପହଞ୍ଚିବା ପରେ ସମସ୍ୟାର ସମାଧାନ ହେବାରୁ ରାସ୍ତାରୋକ ହଟିଥିଲା I ଘଟଣା ସ୍ଥଳରେ ରା. ଉଦୟଗିରି ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି ।
Attachments area


