ବାଲେଶ୍ୱର ସିଭିଲ୍ ସୋସାଇଟି ତରଫରୁ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ଦାବିପତ୍ର

ବାଲେଶ୍ୱର: ସିଭିଲ୍ ସୋସାଇଟି ତରଫରୁ ବାଲେଶ୍ୱର ଜିଲ୍ଲାର ଉକ୍ରଟ ମରୁଡ଼ି ଯୋଗୁଁ ଜିଲ୍ଲାର ସମସ୍ତ କୃଷି ପ୍ରାୟ ନଷ୍ଟ ହେବାକୁ ଯାଉଛି । ତେଣୁ ବାଲେଶ୍ୱର ଜିଲ୍ଲାକୁ ମରୁଡ଼ିଗସ୍ତଜିଲ୍ଲାଭାବେ ଘୋଷଣା କରି ଯୁଦ୍ଧକାଳୀନଭିତ୍ତିରେ ପାଣିପଞ୍ଚାୟତଗୁଡ଼ିକ କାର୍ଯ୍ୟକାରୀ କରିବା, କୃଷକମାନଙ୍କୁ କୃଷିଋଣ ଛାଡ଼ କରିବା ପ୍ରଭୃତିର ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମଙ୍ଗଳବାର ଦିନ ବାଲେଶ୍ୱର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି । ସେହିପରି ଅନ୍ୟ ଏକ ଦାବିପତ୍ରରେ ଜିଲ୍ଲାର ଆଇନଶୃଙ୍ଖଳା ପରିସ୍ଥିତି ଯୋଗୁଁ ଜିଲ୍ଲାରେ ଗୁଣ୍ଡାରାଜ, ରାହାଜାନି, ଛିନ୍ତାଇ, ଗ୍ୟାଙ୍ଗ୍ୱାର, ମହିଳା ନିର୍ଯ୍ୟାତନା, ରାସ୍ତା ଦୁର୍ଘଟଣା, ନିଶା କାରବାର ପ୍ରଭୃତି ବୃଦ୍ଧିପାଇଥିବାରୁ ଜିଲ୍ଲାପାଳ ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆଇନଶୃଙ୍ଖଳା ପରିସ୍ଥିତିରେ ସୁଧାର ଆଣିବାପାଇଁ ସୋସାଇଟି ଦାବି କରିଛି । ଗତମାସରେ ବାଲିଆପାଳ ଥାନା ଅଧିନରେ ଏକ ନାବାଳକର ମୃତ୍ୟୁ ଘଟଣାକୁନେଇ ସମଗ୍ର ଜିଲ୍ଲା ପୋଲିସ୍ ପ୍ରଶାସନର ଦୁର୍ବଳତା ପ୍ରକାଶପାଇଛି । ତେଣୁ ଉଭୟ ଘଟଣାରେ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳ ଗୁରୁତ୍ୱାରୋପ କରିବାକୁ ସୋସାଇଟି ତରଫରୁ ନିବେଦନ କରାଯାଇଛି । ଏହି ଦାବିପତ୍ର ପ୍ରଦାନ ବେଳେ ସୋସାଇଟିର ଉପସଭାପତି ବସନ୍ତ ସ, ସାଧାରଣ ସମ୍ପାଦକ ମନୋଜ ନାୟକଙ୍କ ସମେତ ଶଚିନ୍ଦ୍ର ଦାସ, ପରମାନନ୍ଦ ପଣ୍ଡା, ଗୌରାଙ୍ଗ ପାଣିଗ୍ରାହୀ, ଶକୁନ୍ତଳା ଦାସ, ପଞ୍ଚାନନ ପରିଡ଼ା, ନିର୍ମଳ କୁମାର ନାୟକ, ବାସନ୍ତୀ ସାମଲ, ନିରଞ୍ଜନ ପ୍ରଧାନ, ରାଧାନାଥ ନାୟକ, ମହମ୍ମଦ ଇସଲାମ, ସନ୍ତୋଷ କୁମାର ସାହୁ, ସ୍ନେହଲତା ଦାସ, ବୀରେଶ କୁମାର ଜେନା, ମନୋରଞ୍ଜନ ନାୟକ, ନୀଳକଣ୍ଠ ରାଉତ, ଛାୟାରାଣୀ ବିଶ୍ୱାଳ, ହରପ୍ରିୟା ରାଉତ, ସନାତନ ମହାଳିକ, ବସନ୍ତ ଘଡ଼ାଇ, ସାଇ ଆଶିଷ ପ୍ରଧାନ, ମଞ୍ଜୁଲତା ଟୁଡୁ ଓ ମଞ୍ଜୁଲତା ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ