ବାଲ୍ୟ ବିବାହ ରୋକିଲା ପ୍ରଶାସନ
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ) : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ଗ୍ରାମରେ ହେବାକୁ ଥିବା ବାଲ୍ୟ ବିବାହ କୁ ରବିବାର ପ୍ରଶାସନ ପକ୍ଷରୁ ବନ୍ଦ କରିଦିଆଯାଇଛି l ସୋମବାର ନାବାଳିକାଙ୍କ ବାଲ୍ୟ ବିବାହ ହେବାକୁ ଥିବା ଖବର ପାଇ ବ୍ରହ୍ମପୁର ଚାଇଲଡ ଲାଇନ ସାଇ ପ୍ରସାଦ ସାମଲଙ୍କ ନେତୃତ୍ୱରେ ଚାଇଲଡ ଲାଇନ ସଦସ୍ୟ ଶମ୍ଭୁ ପାତ୍ର, ସାନଖେମୁଣ୍ଡି ସମ୍ମନିତ ଶିଶୁ ବିକାଶ ପ୍ରକଳ୍ପ ଭାରପ୍ରାପ୍ତ ଅଧିକାରୀ ଅର୍ଚନା କହଁର, ସୁପରଭାଇଜର ସରୋଜିନୀ ବେହେରା, ପାଟପୁର ପୋଲିସ, ଅଙ୍ଗନବାଡି କର୍ମୀ ଉକ୍ତ ଗ୍ରାମରେ ପହଁଚି ନାବାଳିକାଙ୍କ ପରିବାର ସହ ଆଲୋଚନା କରିଥିଲେ l ବାଲ୍ୟ ବିବାହ କରାଇଲେ ରହିଥିବା ଆଇନ ଗତ ଦଣ୍ଡ ବ୍ୟବସ୍ଥା, ଅସୁବିଧା ସମ୍ପର୍କରେ ନାବାଳିକାଙ୍କ ପରିବାରକୁ ବାହାଘର ବନ୍ଦ ପାଇଁ ପରାମର୍ଶ ଦେବା ସହ ନାବାଳିକାଙ୍କ ବୟସ ୧୭ ବର୍ଷ ୧୧ ମାସ ୧୦ ଦିନ ହୋଇଥିବା ଜାଣିବାକୁ ପାଇ ଆସନ୍ତା ୪୦ ଦିନ ପରେ ଝିଅକୁ ବିବାହ କରାଇବା ପାଇଁ ନାବାଳିକଙ୍କ ପରିବାର ଲୋକଙ୍କୁ କହିଥିଲେ l


