ବାଲ୍ୟ ବିବାହ ସଚେତନତା ପାଇଁ ଟାସ୍କଫୋର୍ସ ଗଠନ

ବାରିକପୁର,(ଓ୍ବାଇଏନ୍ଏସ୍): ବାଲ୍ୟ ବିବାହ ବନ୍ଦ କରିବା ଓ ଏଦିଗରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ବ୍ଲକ ସ୍ତରରେ ଏବେ ଟାସ୍କଫୋର୍ସ ଗଠନ ହୋଇଛି । ବିଶେଷକରି ପୁଅ ପିଲା ୨୧ବର୍ଷରୁ କମ ଓ ଝିଅପିଲା ୧୮ବର୍ଷରୁ କମ ହୋଇଥିଲେ ବିବାହ କରିବା ଏକ ଆଇନତଃ ଅପରାଧ ବୋଲି ସରକାର ନିୟମ କରିଥିଲେ ସୁଦ୍ଧା ଅନେକ ଜାଗାରେ ଏହାକୁ ଗ୍ରହଣ କରାଯାଉ ନାହିଁ । ସଚେତନତା ଅଭାବରୁ କମ ବୟସର ପୁଅ ଝିଅଙ୍କ ସହିତ ବାଲ୍ୟ ବିବାହ ମଧ୍ୟ ବଢିବାରେ ଲାଗିଛି । ତେଣୁ ଏଦିଗରେ କାର୍ଯ୍ୟ କରିବା ପାଇଁ ବ୍ଲକ ସ୍ତରୀୟ ଟାସ୍କଫୋର୍ସ କମିଟି ଗଠନ ହୋଇଛି । ଏହିପରିପ୍ରେକ୍ଷୀରେ ଆଜି ଭଣ୍ଡାରିପୋଖରୀ ବ୍ଲକ କାର୍ଯ୍ୟାଳୟ ଠାରେ ବିଡିଓ ତଥା ଟାସ୍କଫୋର୍ସ କମିଟି ଅଧ୍ୟକ୍ଷ ବିଜୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗଠିତ କମିଟିର ସଦସ୍ୟ ତଥା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ କମଳାକାନ୍ତ ସ୍ୱାଇଁ, ସିଡିପିଓ ନିର୍ଝରଣୀ ରାଉତ, ଏବିଓ ଅକ୍ଷୟ କୁମାର ଜେନା ସମେତ ଅନ୍ୟାନ୍ୟ ସଦସ୍ୟାମାନେ ଉପସ୍ଥିତ ରହି ବିଭିନ୍ନ ଆଲୋଚନା କରିଥିଲେ । ବାଲ୍ୟ ବିବାହ ଉପରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ପାଇଁ କମିଟି ସଦସ୍ୟ ସଦସ୍ୟା ମାନେ ନିଷ୍ଠାର ସହିତ କାର୍ଯ୍ୟ କରିବାକୁ ଅଧ୍ୟକ୍ଷ ପରାମର୍ଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ