ଶିଶୁ କନ୍ୟା ଦିବସ ପାଳନ
ବାରିକପୁର,(ଓ୍ବାଇଏନ୍ଏସ୍): ଭଣ୍ଡାରିପୋଖରୀ ବ୍ଲକ ରାଜେନ୍ଦ୍ରପୁର ଠାରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ଅଙ୍ଗନବାଡି କର୍ମୀ ଭାନୁମତୀ ସେଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଗ୍ରାମର କିଶୋରୀ ବାଳିକା ମାନେ ଯୋଗଦେଇଥିଲେ । ଏହି ଅବସରରେ କିଶୋରୀମାନଙ୍କୁ ବିଭିନ୍ନ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିବାବେଳେ ଦୁଇଜଣ ବାଳିକାଙ୍କୁ କନ୍ୟାରତ୍ନ ଭାବେ ଚିହ୍ନଟ କରାଯାଇଥିଲା । ପରେ ସେମାନଙ୍କ ଦ୍ୱାରା ସ୍ଥାନୀୟ ବିଦ୍ୟାଳୟ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଗ୍ରାମର ପ୍ରାୟ ୧୫ରୁ ଉର୍ଦ୍ଧ୍ୱ କିଶୋରୀ ବାଳିକା ଯୋଗଦେଇଥିଲେ ।


