ବିଜେପିର ‘ଯୁବ ସମ୍ବାଦ ରାଲି’

ବ୍ରହ୍ମପୁର, (ଅନିଲ କୁମାର): ଭାରତୀୟ ଜନତା ଯୁବମୋର୍ଚ୍ଚା ଓଡ଼ିଶା ପ୍ରଦେଶ ତରଫରୁ “ଯୁବ ଜନସମ୍ବାଦ ରାଲି’’ ଅନୁଷ୍ଠି ହୋଇଯାଇଛି । ଏହି ଅବସରରେ ରଷ୍ଟ୍ରୀୟ ଅଧ୍ୟକ୍ଷା ପୁନମ୍ ମହାଜନ ଯୋଗଦେଇ ମୋଦି ସରକାରଙ୍କ ଓଡ଼ିଶା ପ୍ରଦେଶ ପ୍ରତି ଅବଦାନର ପରାକାଷ୍ଠା ବିବୃତି ଦେବା ସହ ଯୁବକମାନଙ୍କ ନୂଆଁ ଓଡ଼ିଶା ଗଠନ ପାଇଁ ଅବଦାନକୁ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭାରତବର୍ଷର ଯଶସ୍ୱୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ପ୍ରତି ବୁଥ୍‌ରୁ ଲକ୍‌ଡ଼ାଉନ ସରିବା ପରେ ପ୍ରତି ବୁଥ୍‌ରୁ ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ଦର୍ଶନରୁ ବଞ୍ଚିତ ହୋଇଥିବା ଅନୁନ୍ୟ ୫ ଜଣ ଅତି ଗରିବ ବୃଦ୍ଧ ବାପା ମା’ ମାନଙ୍କୁ ନିଜ ବ୍ୟବସ୍ଥାରେ ପୁରୀ ନେଇ ଜଗନ୍ନାଥ ଦର୍ଶନ କରାଇବା ପାଇଁ ଯୁବ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦେଇଥିଲେ । ଏହି ଆହ୍ୱାନକୁ ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ସମର୍ଥନ ଜଣାଇବା ସହ ନିଶ୍ଚିତ ରୂପେ ଏହା କାର୍ଯ୍ୟକାରୀ ହେବ ବୋଲି ପ୍ରତିଶୃତି ଦେଇଥିଲେ । ପୂର୍ବତନ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ତଥା ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରୀପାଠୀ ଯୁବକମାନଙ୍କ ଅଦମ୍ୟ ଚେଷ୍ଠା ପାଇଁ ଆଜି ଭାରତୀୟ ଜନତାପାର୍ଟି ରାଜ୍ୟର ମୁଖ୍ୟ ବିରୋଧୀ ଦଳ ରୂପେ ଉଭା ହୋଇଥିବା କହିଥିଲେ । ରାଜ୍ୟ ସଭାପତି ଶ୍ରୀ ସମିର ମହାନ୍ତି ମୋଦି ୨.୦ ର ଉପଲବ୍‌ଧୀ ବଖାଣୀ ଥିଲେ । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା କାର୍ଯ୍ୟାଳୟ ଠାରେ ପୂର୍ବତନ ଜିଲ୍ଲା ସଭାପତି କାହ୍ନୁଚରଣ ପତି, ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଏନ୍‌.ରାଜେନ୍ଦ୍ର କୁମାର, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସିଦ୍ଧାନ୍ତ ଗଙ୍ଗଦେବ, ବିକେଶ ପାଣିଗ୍ରାହୀ ଓ ସୁଭାଶିଷ ସାହୁ, କିରନ କୁମାର ସାହୁ, ଶିବ ପ୍ରସାଦ ପାତ୍ର, ଏ.କିରନ କୁମାର, ସରୋଜ ଚୌଧୁରୀ, କମଲ୍ ପାତ୍ର, ଚନ୍ଦ୍ର ଶେଖର ସାମନ୍ତ ଚନ୍ଦନ ସାହୁ, ଦିପକ କୁମାର ପୂଜାରୀ, ମଧୁସୂଦନ ସାହୁ, ଜଗଦିଶ ପ୍ରଧାନ ଯୋଗଦେଇ ନୂଆ ଓଡ଼ିଶା ଗଠନ ପାଇଁ ଶପଥ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ