ବାହୁଡାରେ ବାହୁଡିଲେ ମହାପ୍ରଭୁ

ବାଲେଶ୍ୱର,:(ଯୁଗାଦ୍ଧ ନ୍ୟୁଜ୍) ସଦର ବ୍ଲକ ଅନ୍ତର୍ଗତ ଶାସଙ୍ଗ ଗ୍ରାମରେ ପାଖାପାଖି ୯ ଶହ ବର୍ଷ ପୂର୍ବରୁ ଶ୍ରୀଜୀଉମାନେ ପୂଜାପାଇ ଆସୁଛନ୍ତି । ସବୁବର୍ଷ ପରି ଏ ବର୍ଷ ମଧ୍ୟ ବାହୁଡାଯାତ୍ରା ଅନୁଷ୍ଠିତ ହୋଇଯାଇଛି । କେଉଁ କାଳରୁ ଏଠାକାର ଏକ ନିଆରା ପରମ୍ପରା ଅନୁଯାୟୀ ସୂର୍ଯ୍ୟାସ୍ତ ପରେ ଏଠାରେ ରଥ ଟଣାଯାଏ । ପ୍ରାତଃରୁ ଦ୍ୱାର ଫିଟା, ଦ୍ୱାରପାଳ ପୂଜା, ସୂର୍ଯ୍ୟ ପୂଜା ଆଦି ନୀତି ସମ୍ପର୍ଣ୍ଣ କରାଯାଇ ପାଖାପାଖି ଦିବା ୧୦ ଘଟିକା ସମୟରେ ରଥ ପ୍ରତିଷ୍ଠା ପରେ ପ୍ରଥମେ ସୁଦର୍ଶନ, ବଡଠାକୁର, ମା’ ସୁଭଦ୍ରା, ଶେଷରେ ପ୍ରଭୁ ଜଗନ୍ନାଥଙ୍କୁ ସେବକମାନେ ଗୋଟି ପହଣ୍ଡିରେ ରଥାରୁଢ କରାଇଥଲେ । ସବୁ ବର୍ଷ ପରି ମନ୍ଦିରର ମୁଖ୍ୟ ପରିଚାଳକ ଛେରା ପହଁରା କରି ସାରିବା ପରେ ରଥା ଟଣା ଆରମ୍ଭ ହୋଇଥିଲା । ଛେରା ପହଁରା ପୂର୍ବରୁ ମନ୍ଦିର ପ୍ରାଙ୍ଗଣରେ ଥିବା ଶ୍ରୀ ଜଗନ୍ନାଥ ସାଂସ୍କୃତିକ ମଣ୍ଡପରେ ବହୁ ଜଗନ୍ନାଥ ସଂସ୍କୃତି ବିଶେଷଜ୍ଞମାନେ ଜଗନ୍ନାଥ ସଂସ୍କୃତି ବିଷୟରେ ଆଲୋଚନା କରିଥିଲେ । ଏହି ରଥଯାତ୍ରାରେ ଶାସଙ୍ଗ ତଥା ଆଖ ପାଖ ଗ୍ରାମରୁ ପାଖାପାଖି ୫ ହଜାର ଭକ୍ତଙ୍କର ସମାଗମ ହେବା ସହ ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ‘ଜୟ ଜଗନ୍ନାଥ’ ଧ୍ୱନୀରେ ସମଗ୍ର ଶାସଙ୍ଗ ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ