ବାୟୁ ପ୍ରଦୂଷଣ କରେ ପ୍ରସାଧନ ସାମଗ୍ରୀ
ବାୟୁ ପ୍ରଦୂଷଣ ପାଇଁ ପରଫ୍ୟୁମ୍, ହେୟାର ସ୍ପ୍ରେ ଏବଂ ରିଫ୍ରେସର ଦାୟୀ ବୋଲି ଜାପାନର ଟୋକିଓ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି । ଗାଡ଼ି ମୋଟର, ଶିଳ୍ପସଂସ୍ଥା ଏବଂ ଘରେ ବ୍ୟବହୃତ ହେଉଥିବା ଇଲେକ୍ଟ୍ରୋନିକ୍ସ ଦ୍ରବ୍ୟଠାରୁ ଏସବୁ ଅଧିକ ମାତ୍ରାରେ ବାୟୁ ପ୍ରଦୂଷଣ କରିଥାନ୍ତି । ଏସବୁ ପ୍ରସାଧନ ସାମଗ୍ରୀରେ ଥିବା ରାସାୟନିକ ପଦାର୍ଥ ଯୋଗୁ ଏଭଳି ହୋଇଥାଏ । ଏଥିରେ ଆଲକୋହଲ, କାର୍ବନ ଡାଇଅକ୍ସାଇଡ୍, ହାଇଡ୍ରୋକାର୍ବନ ପ୍ରଚୁର ମାତ୍ରାରେ ରହିଥାଏ । ଏହା ବାୟୁ ମଣ୍ଡଳରେ ଥିବା ସଲଫର, ନାଇଟ୍ରୋଜେନ୍, ଅମ୍ଳଜାନ ସହ ପ୍ରତିକ୍ରିୟା କରିଥାଏ ବୋଲି ଏହି ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।


