ମୁଖ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଶିକ୍ଷାବିତ୍

ଭୁବନେଶ୍ୱର : ବିଭିନ୍ନ ପ୍ରକାର ପାଠ୍ୟକ୍ରମର ସମନ୍ୱୟ ତଥା ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଭଳିବୋର୍ଡ଼ ଆଧାରିତ ବ୍ୟବସ୍ଥା ଅନୁରୂପ ଏକ ସ୍ୱତନ୍ତ୍ର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପୂର୍ବ ଭାରତର ‘କାଶୀ’ କୁହାଯାଉଥିବାଜ୍ଞାନକେନ୍ଦ୍ର ପୁରୀଠାରେ ପ୍ରତିଷ୍ଠା ପାଇଁ ଆବଶ୍ୟକୀୟ ଉଦ୍ୟମ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଜରିଆରେ ଅନୁରୋଧକରିଛନ୍ତି ଓଡ଼ିଶା ସୋସାଇଟି ଅଫ୍ ଆମେରିକାର ପ୍ରାକ୍ତନ ଉପସଭାପତି ତଥା ଶିକ୍ଷାବିତ୍ ଧୀରେନ୍ଦ୍ର କୁମାର କର ।ବିଗତ ୧୨ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ରମନ୍ତ୍ରୀମାନଙ୍କୁ ଚିଠି ଲେଖି ରାଜ୍ୟରେ ନାଇଜର,ଆଇଆଇଟି, ଆଇଆଇଏମ୍ ଏବଂ ଆଇଜର ଭଳି ଅନେକ କେନ୍ଦ୍ରୀୟ ଅନୁଦାନଭିତ୍ତିକ ଅନୁଷ୍ଠାନ ଏବଂ କେନ୍ଦ୍ରବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଉଦ୍ୟମ କରି ସଫଳ ହୋଇଥିବାରୁ ଶିକ୍ଷାବିତ୍ ଶ୍ରୀ କର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁକୃତଜ୍ଞତା ଜଣାଇବା ସହିତ ପୁରୀରେ ବିଏଚ୍ୟୁ ଭଳି ବୋର୍ଡ଼ ଆଧାରିତ ଏକ ବିଶ୍ୱବିଦ୍ୟାଳୟ ଖୋଲାଯିବା ଦିଗରେଉଦ୍ୟମ କରିବାକୁ ଅନୁରୋଧ କରିଛନ୍ତି । ଶ୍ରୀ କର ସୂଚିତ କରାଇଛନ୍ତି ଯେ, ପ୍ରାଚୀନ ଜ୍ଞାନକେନ୍ଦ୍ର ପୁରୀରେ ଏଭଳିଅନୁଷ୍ଠାନ ହେଲେ ଭାରତର ଜ୍ଞାନର ରାଜଧାନୀ ତାର ଗୌରବ ଫେରିପାଇବ । ଆଦିଶଙ୍କରା·ର୍ଯ୍ୟଙ୍କ ·ରିଧାମମଧ୍ୟରୁ ପୁରୀ ଅନ୍ୟତମ । ଭାରତର ଅନ୍ୟ ଏକ ପ୍ରାଚୀନ ଓ ପ୍ରମୁଖ ଜ୍ଞାନ କେନ୍ଦ୍ର । ବହୁ ପୂଜକ, ପ୍ର·ରକ,ପର୍ଯ୍ୟଟକ, କବି, ସନ୍ଥ, ଗୁରୁ, ସନ୍ନ୍ୟାସୀ, ଭକ୍ତ ଓ ଚିନ୍ତକ ପୁରୀ ଆସି ସେମାନଙ୍କ ସ୍ୱର୍ଣ୍ଣାଭ ସ୍ମୃତି ଛାଡ଼ି ଯାଇଛନ୍ତି ।
ଆଦିଶଙ୍କର, ନରହରିତୀର୍ଥ, ନିମ୍ବାର୍କ ଆ·ର୍ଯ୍ୟ, ଜୟଦେବ, ଶ୍ରୀକୃଷ୍ଣ ଚୈତନ୍ୟ ମହାପ୍ରଭୁ, ବିଷ୍ଣୁସ୍ୱାମୀ ଏବଂ ମାଧବ·ର୍ଯ୍ୟପୁରୀ ଆସିଛନ୍ତି । ଏଠାରେ ୭୫୨ଟି ମଠ ସମେତ ଜାଗା ଘର, ଆଖଡ଼ା ଘର, ଆଶ୍ରମମାନ ରହିଛି । ୨୦୧୮ରେଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ପରିଦର୍ଶନ କରି ଏହାକୁ ବିଦ୍ୟାନଗରୀର ଆଖ୍ୟା ଦେଇଥିଲେ । ପୂର୍ବଭାରତର ଏହା ହେଉଛି କାଶୀ ବୋଲି କହିଥିଲେ । ପୁରୀର ଅନତି ଦୂରରେ ପୂର୍ବ ଭାରତର ଶିକ୍ଷାର ହବ୍ ଭୁବନେଶ୍ୱରରହିଛି । ଏସବୁ ଦୃଷ୍ଟିରୁ ପୁରୀଠାରେ ସ୍ୱତନ୍ତ୍ର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସ୍ଥାପନାର ଆବଶ୍ୟକତା ରହିଛି । ବିହାରରେ
ଯଦି ଗୟା, ମୋତିହାରି, ନାଳନ୍ଦା, କିଷନଗଞ୍ଜ, ବିକ୍ରମଶିଳା ଏବଂ ପୁଷାରେ ୬ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟହୋଇପାରିଲା ତେବେ ଓଡ଼ିଶାରେ ଆଉ ଗୋଟିଏ କାହିଁକି ହୋଇପାରିବ ନାହିଁ ବୋଲି ଶ୍ରୀ କର ପ୍ରଶ୍ନ କରିଛନ୍ତି ।
ସୁଶାନ୍ତ କୁମାର ସାହୁ
ମୋ : ୮୭୬୩୨୧୧୨୨୩

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ