ସରକାରଙ୍କ ନିୟମରେ ବ୍ୟତିକ୍ରମ, ଚାଉଳ ପାଇବାରୁ ବଞ୍ଚିତ ଦବ୍ୟାଙ୍ଗ

ଚିକିଟି , ( କୁରେଶ ସାହୁ )  ଚିକିଟି-ସରକାର ଦିବ୍ୟାଙ୍ଗ ମାନଙ୍କ ପାଈଁ ବିଭିନ୍ନ ଯୋଜନା ମାନ ତିଆରି କରୁଥିବା ବେଳେ ଚିକିଟି ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଚିକିଟି ବ୍ଲକ୍ ଚାନ୍ଦପୁର ପଞ୍ଚାୟତ ର ଚାନ୍ଦପୁର ଗ୍ରାମର ଧନୁ ସାହୁ ସେ ଜଣେ ପୋଲିଓ ଆକ୍ରାନ୍ତ ରେ ଦିବ୍ୟାଙ୍ଗ (ଛୋଟା) ବୟସ ୪୩ ,ପରିବାର କହିଲେ ୪ଜଣ ,ପୁଅ କଲେଜ ରେ ବିଜ୍ଞାନ ଦିତୀୟ ବର୍ଷ ରେ ପାଠ ପଢୁଥିବା ବେଳେ ଝିଅର ଦଶମ ଶ୍ରେଣୀ ,ଘରେ ତାଙ୍କ ସ୍ତ୍ରୀ ମଞ୍ଜୁ ଓ ଧନୁ । ମଞ୍ଜୁ ହିଁ ଜଣେ ମୂଲ କାମ କରି ପରିବାର ପୋଷଣ କରୁଥିବା ବେଳେ ସ୍କୁଲ କଲେଜ ଫିଜ୍ ମଧ୍ୟ ଠିକ୍ ସେ ଭରଣ କରିପାରୁନାହାନ୍ତି। ଧନୁ ସାହୁ ଦିବ୍ୟାଙ୍ଗ ହେଲେ ମଧ୍ୟ ପୁଅ ଝିଅ ଦୁଇଜଣଙ୍କ ପାଠପଢାରେ କେବେ ଅବହେଳା କରିନାହାଁନ୍ତି । ତାଙ୍କର ସ୍ବପ୍ନ ପୁଅ ଝିଅଙ୍କୁ ପାଠ ପଢେଇ ମଣିଷ କରିବେ।ହେଲେ ଦିବ୍ୟାଙ୍ଗ ଭତ୍ତା ପାଉଥିବା ବେଳେ ତାଙ୍କୁ ରାସନ କାର୍ଡ ରେ ଚାଉଳ ୩୮ କିଲୋ ମିଳୁଥିବାବେଳେ ଏହି ମାସରେ ତାଙ୍କର ଚାଉଳ କାଟିଦିଆଯାଇଛି । କେଉଁ କାରଣରୁ ଚାଉଳ କଟିଛି ବୋଲି ପଚାରିବାରୁ ଡିଲର୍ ତାଙ୍କୁ ବ୍ଲକ୍ କୁ ଯାଇ ଚାଉଳ ଆଣିବାକୁ କହିଛନ୍ତି । ସ୍ଥାନୀୟବାସୀଙ୍କ କହିବାନୁଯାଇ, ଗତ ନିର୍ବାଚନ ପରଠାରୁ ପଞ୍ଚାୟତର ରାସନ କାର୍ଡ ଧାରୀଙ୍କୁ ଡିଲର ଓଜନରେ ଠକି ଅସୁଥିବାବେଳେ ଅନେକ ଲୋକଙ୍କୁ ଚାଉଳ ଦିଆଯାଉନଥିବାରୁ ଏନେଇ ସ୍ଥାନୀୟଲୋକେ ବିଡିଓଙ୍କ ଦ୍ୱାରସ୍ଥ୍ୟ ହୋଇଥିଲେ । ଏନେଇ ବିଡିଓ ଫାଲଗୁନି ମାଝି ଘଟଣାର ତଦନ୍ତ କରିବାରୁ ଡିଲର ଧନୁସାହୁଙ୍କୁ ବାୟୋଡାଟା ମାଗିଥିଲେ । ଚାଉଳ ନମିଳିଲେ ଦିବ୍ୟାଙ୍ଗ ଧନୁ ସାହୁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ୍ୟ ହେବାନେଇ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ