ବିଜୁ କନ୍ୟା ରତ୍ନ ଯୋଜନା ମାଧ୍ୟମରେ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ

ବୁଗୁଡା, (ଅନିଲ କୁମାର ମହାରଣା):ବାଲ୍ୟ ବିବାହ , ଭୃଣହତ୍ଯା ରୋକିବା ନେଇ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ବିଜୁ କନ୍ୟା ରତ୍ନ ଯୋଜନା ମାଧ୍ୟମରେ ମୋ ଗେହ୍ଲା ଝିଅ କାର୍ଯ୍ଯକ୍ରମ ଆଜି ଅନୁଷ୍ଟିତ ହୋଇଯାଇଛି । ଅଞ୍ଚଳରେ ବାଲ୍ୟବିବାହ ଓ ଭୃଣହତ୍ଯା ବଢିବାରେ ଲାଗିଛି ।ଯାହାଫଳରେ ଆଜି ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ଯାଳୟ ପକ୍ଷରୁ ବୁଗୁଡା ବ୍ଳକ କାର୍ଯ୍ଯାଳୟର ସଭା ଗୃହରେ ସଚେତନତା କାର୍ଯ୍ଯକ୍ରମ ଅନୁଷ୍ଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବୁଗୁଡା ବ୍ଲକ ଅଧ୍ୟକ୍ଷା କେ ପ୍ରିୟଦର୍ଶନୀ ଆଚାରୀ, ବୁଗୁଡା ବିଡିଓ ବାସୁଦେବ ନାୟକ, ସିଡିପିଓ ବବିତା କୁମାରୀ ପଣ୍ତା ଓ ବୁଗୁଡା ପୋଲିସ ଥାନା ସବ-ଇନ୍ସପେକ୍ଟର ବିନାୟକ ବିଧାର ଯୋଗଦେଇ ଥିଲେ। ବୁଗୁଡା ବ୍ଳକର ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ମେମ୍ବର ଓ ଆସିଥିବା ମହିଳାମାନଙ୍କୁ ବାଲ୍ୟ ବିବାହ ଓ ଭୃଣ ହତ୍ୟାର ଅପକାରିତା ଓ ଆଇନଗତ ଦିଗରେ ଅତିଥି ମାନେ ସଚେତନ କରାଇଥିଲେ। ସମସ୍ତେ ସଚେତନ ରହିଲେ ହିଁ ଏହାକୁ ରୋକା ଯାଇ ପାରିବ ବୋଲି ସିଡିପିଓ ଶ୍ରୀମତୀ ପଣ୍ଡା ପ୍ରକାଶ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ