ବିଜେଡ଼ି ଯୁବ ସଭାପତିଙ୍କୁ ଆକ୍ରମଣ ଘଟଣା ୧୨ ଜଣଙ୍କ ନାମରେ ମାମଲା
ନିମାପଡ଼ା,(ସନ୍ତୋଷ ଦାଶ) ସାଧାରଣ ନିର୍ବାଚନ ପୂର୍ବ ଦିନ ରାତି ରେ ନିମାପଡ଼ା ବ୍ଲକ ତୁଳସୀପୁର ପଞ୍ଚାୟତ ର ଯୁବ ବିଜେଡ଼ି ସଭାପତି ଚାରିଛକ ଥାନା ଭଇଞ୍ଚିଗୋରଡି ଗ୍ରାମ ର ନିରଞ୍ଜନ ସାହୁ ଙ୍କୁ ମରଣାତ୍ମକ ଆକ୍ରମଣ ହୋଇଥିଲା। ଶ୍ରୀ ସାହୁଙ୍କୁ ବାପା ରାଜ କିଶୋର ସାହୁ ଏ ସମ୍ପର୍କରେ ଚାରିଛକ ଥାନା ରେ ଲିଖିତ ଅଭିଯୋଗ କରିବା ପରେ
ପୋଲିସ ୧୨ ଜଣ ଙ୍କ ନାମରେ ଦଫା ୧୪୭/୧୪୮/୧୪୯/ ୩୨୩/ ୩୪୧/୫୦୬/୩୪ ଆଇ ପି ସି ରେ ଏକ ମାମଲା ରୁଜୁ କରି ଘଟଣା ର ତଦନ୍ତ କରୁଛି। କେଶ ନଂ ୭୪/୨୪। ଏହି ଘଟଣାର ଅଭିଯୁକ୍ତ ମାନେ ପ୍ରଭାବଶାଳୀ ହୋଇଥିବାରୁ ପୋଲିସ ମାମଲା ରୁଜୁ କରି ଚୁପ ବସିଛି। ଅଭିଯୁକ୍ତ ମାନେ ଖୋଲା ଖୋଲି ବୁଲୁ ଥିଲେ ମଧ୍ଯ ପୋଲିସ ସେମାନଙ୍କୁ ଫେରାର ବୋଲି ପ୍ରକାଶ କରୁଛି। ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ପୋଲିସ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ସାଧାରଣରେ ପୋଲିସ ର କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି
କରିଛି । ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଯଦି ଗିରଫ କରା ନ ଯାଏ ତେବେ ଥାନା ସମ୍ମୁଖରେ ବିଜେଡ଼ି କର୍ମୀ ମାନେ ଧାରଣା ଦେବେ ବୋଲି
ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ କୁମାର ନାୟକ ଚେତାବନୀ ଦେଇଛନ୍ତି।