ବିଜେଡିରେ ମିଶିଲେ ଅନ୍ୟଦଳର କର୍ମୀ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) ; ଭଣ୍ଡାରିପୋଖରୀ ବ୍ଲକ ନପଙ୍ଗ ପଞ୍ଚାୟତ ଠାରେ ଆଜି ବିଜେଡିର ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ କାମିନୀବାଳା ନାୟକଙ୍କ ସଂଯୋଜନାରେ ବଡନପଙ୍ଗ ଭୋଳେଶ୍ୱର ମନ୍ଦିର ଠାରେ ଦଳର ସାଧାରଣ ବୈଠକ ସହିତ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଧାୟକଙ୍କ ପ୍ରତିନିଧି ତଥା ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣିତକାନ୍ତି ସାମଲ ଯୋଗଦେଇଥିଲେ । ଅନ୍ୟଦଳ ତ୍ୟାଗ କରି ପଞ୍ଚାୟତର ବିଣ୍ଣୁମୋହନ ମହାପାତ୍ର, ବିରଞ୍ଚିନାରାୟଣ ନାୟକ, ଦାଶରଥି ରାଉତ, ରସାନନ୍ଦ ମହାପାତ୍ର ବିଜେଡି ଦଳରେ ଯୋଗଦେଇଥିବାବେଳେ ମୁଖ୍ୟ ଅତିଥି ଶ୍ରୀ ସାମଲ ସେମାନଙ୍କୁ ସ୍ୱାଗତ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ପଞ୍ଚାୟତର ବରିଷ୍ଠ ବିଜେଡି ନେତା ବ୍ରଜେନ୍ଦ୍ର କୁମାର ନାୟକ, ପ୍ରାକ୍ତ ସରପଞ୍ଚ ଜଳଧର ଜେନା, ବିଜେଡି ନେତା ମନୋରଞ୍ଜନ ରାୟ, ଉମାକାନ୍ତ ନାୟକ, ପ୍ରକାଶ ସାମଲ, ଶ୍ରୀଧର ମହାପାତ୍ର, ବ୍ରଜକିଶୋର ଜେନା, ଉମାକାନ୍ତ ରାଉତ, ପ୍ରଦୀପ ବଳ, ଉମାକାନ୍ତ ପତି, ପ୍ରିତିକାନ୍ତ ସ୍ୱାଇଁ, ମହେଶ୍ୱର ମହାନ୍ତି, ପ୍ରଭାକର ରାଉତ, ବଳରାମ ଜେନା, ବିଜୟ ବଳ ପ୍ରମୁଖ ଉପସ୍ଥିତ ଥିଲେ । ଯୁବ ବିଜେଡି ନେତା ଆକାଶ ନାୟକ ଦଳରେ ଯୋଗଦାନ କରିଥିବା ସମସ୍ତ ନୂତନ କର୍ମୀ ଓ ଅନ୍ୟ ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ