ବିଜେଡିର ଜନସମ୍ପର୍କ ପଦଯାତ୍ରା

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ହାଟଡିହି ବ୍ଲକ ୩୭ନଂ ଜୋନରେ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରାରେ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ ପ୍ରମୁଖ ଯୋଗଦେଇଥିଲେ । ଷଡଙ୍ଗ ପଞ୍ଚାୟତ ନିକଟରୁ ବାହାରିଥିବା ଏହି ପଦଯାତ୍ରା ଷଡଙ୍ଗ, ମାଟିଆମୁଣ୍ଡା ନସିରିପୁର ଆଦି ଗ୍ରାମ ଦେଇ ଷଡଙ୍ଗ କଲେଜ ପଡିଆ ନିକଟରେ ପହଞ୍ଚିଥିଲା । ସେଠାରେ ଆୟୋଜିତ ଏକ ସଭାରେ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ ପ୍ରମୁଖ ନବୀନ ସରକାରଙ୍କ ଜନହୀତକର ଯୋଜନା ଗୁଡିକ କିପରି ଗ୍ରାମାଞ୍ଚଳରେ ବହୁମାତ୍ରାରେ ସଫଳତା ହାସଲ କରିବ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ବ୍ଲକ ବିଜେଡି ସଭାପତି ବିକ୍ରମ କେଶରୀ ବିଶ୍ୱାଳ, ପୁର୍ବତନ ବ୍ଲକ ବିଜେଡି ସଭାପତି ଅକ୍ଷୟ କୁମାର ବରାଳ, ଷଡଙ୍ଗ ସରପଞ୍ଚ ସ୍ୱର୍ଣ୍ଣପ୍ରଭା ଜେନା, ଗେଡମା ସରପଞ୍ଚ ଆନନ୍ଦ ଚନ୍ଦ୍ର ମହାନ୍ତି, ଜିଲ୍ଲାପରିଷଦ ସଦସ୍ୟା ପ୍ରଣତୀ ଦେଓ, ଶାଳଣିଆଁ ସରପଞ୍ଚ ଶ୍ରୀଧର ବେହେରା, ସମଣା ସରପଞ୍ଚ ପତିତ ପାବନ ନନ୍ଦ, କଳିଗାଁ ସରପଞ୍ଚ ଅମରେନ୍ଦ୍ର ଧଳ, ଡଅଁର ସରପଞ୍ଚ ହିସି ହେମ୍ରମଙ୍କ ସମେତ ବହୁ ଜନ ପ୍ରତିନିଧି ସେମାନଙ୍କ ବକ୍ତବ୍ୟ ରଖିଥିଲେ । ପୁର୍ବତନ ପୌରାଧ୍ୟକ୍ଷ ଶାନ୍ତନୁ ସେଠୀ, ବରିଷ୍ଠ ବିଜେଡି ନେତା ଶଶାଙ୍କ ଶେଖର ପୁହାଣ, କଳ୍ପତରୁ ସେଠୀ, ଯୋଗେନ୍ଦ୍ର ବେହେରା, ବାବୁଲି ପଟ୍ଟନାୟକ, ଚିନ୍ମୟ ନାୟକ, ପ୍ରତାପ ଦେଓ, ରଞ୍ଜନ ପହି, ବିରେନ୍ଦ୍ର କୁମାର ବିଶ୍ୱାଳ, ସୁଧାକର ଓଝା, ପୁର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ରାଉତ, ପୁର୍ବତନ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଅଭିମନ୍ୟୁ ସେଠୀ, ବୁଦ୍ଧଦେବ ଜେନା, ଗୌରାଙ୍ଗ ରଣା, ଦୁଣ୍ମନ୍ତ ମଲ୍ଲିକ, ରବିନ ପାଢ଼ୀ, ପ୍ରୀୟ ରଞ୍ଜନ ଦାସ, କୁଳମଣି ରାଉତ, ବିଜୟ ମଲ୍ଲିକ, ଜଗନ୍ନାଥ ନାୟକ, ସୁଧାଶୁଂ ଭୂଷଣ ମଲ୍ଲିକ, ଶିଶିର ବେହେରା, ତାରିଣୀ ପ୍ରସାଦ ସେନାପତି, ପୁର୍ବତନ ସରପଞ୍ଚ ନିତ୍ୟାନନ୍ଦ ରାଉତ, ଧୁଶାସନ ସାହୁ, ପ୍ରଦୀପ ଜେନାଙ୍କ ସମେତ ହାବଳେଶ୍ୱର, ସମଣା, ଗେଡମା, ଆଇତିପୁର, ଶାଳଣିଆଁ, ଷଡଙ୍ଗ, ଡଅଁର ପ୍ରଭୃତି ପଞ୍ଚାୟତର ୫ହଜାରରୁ ଉର୍ଦ୍ଧ କର୍ମୀ ସାମିଲ ହୋଇଥିଲେ । ଏହି ଅବସରରେ ଜଳସରପୁର ଗ୍ରାମର ୨୦ରୁ ଉର୍ଦ୍ଧ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଥିଲେ । ସୁଶାନ୍ତ ବେହେରା, ଶୁଭମ ଜେନା, ସରୋଜ ସା, ଜୟନ୍ତ ମହାରଣା, ଜୟନ୍ତ ବେହେରା, ପ୍ରକାଶ ଜେନା, ଶ୍ରୀକାନ୍ତ ସେନାପତି, ଉମାକାନ୍ତ ମିଶ୍ର, ତାରିଣୀ ପ୍ରସାଦ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ