ବିଜେଡିର ନୂତନ ନଗର କମିଟିକୁ ପ୍ରତ୍ୟାଖାନ କଲେ ମନୋନିତ ସଦସ୍ୟ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବିଜୁଜନତାଦଳର ଜିଲ୍ଲା ସଭାପତିଙ୍କ ଦ୍ୱାରା ଗଠିତ ନୂତନ ନଗର କମିଟିକୁ ପ୍ରତ୍ୟାଖାନ କରିଛନ୍ତି ସେହି କମିଟିରେ ସ୍ଥାନ ପାଇଥିବା ନଗର ବିଜେଡିର ସାଧାରଣ ସମ୍ପାଦକମାନେ । ସେମାନେ କହିଛନ୍ତି ଯେ ଏହି କମିଟି ଆଇନ ଅନୁମୋଦିତ ଭାବେ ପ୍ରସ୍ତୁତ ହୋଇନାହିଁ ଏବଂ ସଭାପତି ତାଙ୍କ କ୍ଷମତା ବାହାରେ ଏହା ପ୍ରକାଶ କରିଛନ୍ତି । ତେଣୁ ଏହି କମିଟିକୁ ସେମାନେ ପ୍ରତ୍ୟାଖାନ କରୁଛନ୍ତି ବୋଲି ନୂତନ ନଗର ବିଜେଡି କମିଟିରେ ସାଧାରଣ ସମ୍ପାଦିକା ଭାବେ ସ୍ଥାନ ପାଇଥିବା ସବିତା ସାହୁ, ସାଧାରଣ ସମ୍ପାଦକ ଭାବେ ସ୍ଥାନ ପାଇଥିବା ସେକ ସବିର ହୋସେନ, ଦୀନେଶରାଜ ସିଂ ଓ ସୁରେନ୍ଦ୍ର କୁମାର ବେେହେରା ପ୍ରମୁଖ ଏକ ପ୍ରେସ ବିଜ୍ଞପ୍ତି ଯୋଗେ କହିଛନ୍ତି । । ଏଠାରେ ସୂଚନା ଯୋଗ୍ୟ ଯେ ଗତ ଜୁଲାଇମାସ ୨୭ତାରିଖରେ ବିଜେଡି ଜିଲ୍ଲା ସଭାପତିଙ୍କ ସ୍ୱାକ୍ଷରରେ ଘୋଷଣା କରାଯାଇଥିବା କେନ୍ଦ୍ରାପଡା ନଗର ବିଜେଡିର ନୂତନ କମିଟିରେ ଏହି ୪ଜଣଙ୍କ ନାମ ସାଧାରଣ ସମ୍ପାଦକ ଭାବେ ସ୍ଥାନ ପାଇଥିଲା । ପୂର୍ବରୁ ଜିଲ୍ଲା ସଭାପତିଙ୍କ ଦ୍ୱାରା ଘୋଷିତ କେନ୍ଦ୍ରାପଡା ବ୍ଲକ କମିଟିକୁ ନେଇ ମଧ୍ୟ ଦଳ ମଧ୍ୟରେ ଘୋର ବିବାଦ ଦେଖାଦେଇଥିଲା ।


