କେନ୍ଦ୍ରାପଡା ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର କାର୍ଯ୍ୟକାରିଣୀ ବୈଠକ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ଏକ କାର୍ଯ୍ୟକାରିଣୀ ବୈଠକ ଖଡିଅଙ୍ଗସ୍ଥିତ ସଙ୍ଘ କାର୍ଯ୍ୟାଳୟରେ ସଙ୍ଘର ସଭାପତି ଆଇନିଜୀବୀ ଅକ୍ଷୟ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଙ୍ଘର ସଭାପତି ଶ୍ରୀ ମହାନ୍ତିଙ୍କ ସମେତ ସଦସ୍ୟମାନେ ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡକରଙ୍କୁ ଭେଟି ସେମାନଙ୍କୁ ବରିଷ୍ଠ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ପରିଚୟପତ୍ର ଯୋଗାଇ ଦେବାକୁ ନିବେଦନ କରିଥିବା ବେଳେ ଆରକ୍ଷୀ ଅଧିକ୍ଷକ ଶ୍ରୀ ମଡକର ଏଥିରେ ସହମତି ପ୍ରଦାନ କରିଥିବା ସମ୍ପର୍କରେ ବୈଠକରେ ସୂଚନା ଦିଆଯାଇଥିଲା । ସଙ୍ଘର ଏକ ସ୍ଥାୟୀ ଗୃହ ନଥିବାରୁ ବୈଠକ, ସଭାସମିତି ଓ ଆଲୋଚନାଚକ୍ର ପ୍ରଭୃତି କରିବାରେ ବହୁ ସମସ୍ୟା ସୃଷ୍ଟି ହେଉଛି । ତେଣୁ ସଙ୍ଘକୁ ଏକ ଗୃହ ଯୋଗାଇ ଦେବା ନିମନ୍ତେ ସଙ୍ଘର ସଦସ୍ୟମାନେ ଜିଲ୍ଲାପାଳ, ବିଧାୟକ ଓ ପୈାରାଧ୍ୟକ୍ଷାଙ୍କୁ ଭେଟି ଦାବି କରାଯିବାକୁ ସ୍ଥିର କରାଯାଇଛି । ଏହି ବୈଠକରେ ଉପଦେଷ୍ଟା ଡାକ୍ତର ବିଶ୍ୱପ୍ରକାଶ କାନୁନଗୋ, ଡା. ରମାନାଥ ମହାନ୍ତି, ଡା. ବିଜୟ ଦାସ, ଡା. ନିରଞ୍ଜନ ପରିଡା, ଡା. ଶରତ ଚନ୍ଦ୍ର ସ୍ୱାଇଁ, ଫକୀର ଚରଣ ଖଟୁଆ, ସମ୍ପାଦକ କୈଳାସ ଚନ୍ଦ୍ର ସ୍ୱାଇଁ, କୋଷାଧ୍ୟକ୍ଷ ରଗ୍ନ୍୍ର ନାଥ ବାରିକ, ପ୍ରହଲ୍ଲାଦ ମଲ୍ଲ, ପରମେଶ୍ୱର ସେଠୀ, କିଶୋର ପରିଡା, ଶୈଳେନ୍ଦ୍ର ମହାନ୍ତି, ସୟଦ ଅକମଲ ଅଲ୍ଲୀ, ଶରତ ମହାନ୍ତି, ଅଦୈତ ଦାସ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


