ବିଜେଡି କାର୍ଯ୍ୟାଳୟ ପରିସରରେ ୭୪ ତମ ସ୍ୱାଧୀନତା ଦିବସ ପାଳିତ

ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ):ବିଜେଡି କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସଭାପତି ଡଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ନେତୃତ୍ବରେ ୭୪ ତମ ସ୍ୱାଧୀନତା ଦିବସ ସାମାଜିକ ଦୂରତା ରକ୍ଷା କରି ପାଳନ କରାଯାଇଥିଲା l ଏଥିରେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ଡଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ବିଜେଡିର ବରିଷ୍ଠ ନେତା ରାସ ବିହାରୀ ଦାସଙ୍କ ଅକାଳ ବିୟୋଗରେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ଶ୍ରୀଯୁକ୍ତ ବିକ୍ରମ କୁମାର ପଣ୍ଡା ଯୋଗଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଓଡ଼ିଶା ମୋ ପରିବାରର ସଂଯୋଜକ ସୁବାଷ ଚନ୍ଦ୍ର ମହାରଣା, ମହିଳା ସଭାନେତ୍ରୀ ସଂଘମିତ୍ରା ଦଳେଇ, ବରିଷ୍ଠ ବିଜେଡି ନେତା ଭଗବାନ ଗନ୍ତାୟତ, ଜିଲ୍ଲା ବିଜେଡି ଉପସଭାପତି ସଂଜିତ ପାଣିଗ୍ରାହୀ, ଜିଲ୍ଲା ଯୁବ ବିଜେଡି ସଭାପତି ଏନ୍. ଧନଞ୍ଜୟ ରାଓ, ନଗର ସଭାପତି ମୁକୁନ୍ଦ ଗୌଡ଼, ଆର.ମୁରଲୀ ମୋହନ,ଟି ଗୋପି,ଭିଷ୍ମାଚାର୍ଯ୍ୟ ଚୌଧୁରୀ ,ରାଜ୍ୟ ସଂଖ୍ୟା ଲଘୁ ସମ୍ପାଦକ ଫାୟାଜ୍ ଖାନ୍, ସୁରେନ୍ଦ୍ର ମହାରଣା, ଦୁର୍ଗା ପ୍ରସାଦ ପଣ୍ଡା, ମମତା ପାତ୍ର,  ଲକ୍ଷ୍ମୀପ୍ରିୟା ପାଢି, ସୋନାଲି ଗନ୍ତାୟତ, ସୁରେଶ ଚନ୍ଦ୍ର ତ୍ରିପାଠୀ, ସ୍ବିଟି ସାହୁ, ସବିତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ