ବିଜେଡି ଗଡ଼ରୁ ବିଜେପିର ୬ ବିଧାୟକଙ୍କ ସହ ସାଂସଦ ନିର୍ବାଚିତ ସଂଗଠନ ମଜବୁତ ନକଲେ ପୌରପରିଷଦ ହାତରୁ ଖସିବ

ବାରିପଦା(ଜୁଗାବ୍ଦ ନ୍ୟୁଜ୍‍): ଚଳିତ ସାଧାରଣ ନିର୍ବାଚନରେ ଉଭୟ ବିଜେପି ଓ ବିଜେଡିର ଲକ୍ଷ୍ୟ ମୟୂରଭଞ୍ଜ ଜିଲ୍ଲା ଉପରେ ରହିଥିବା ବେଳେ ଦୀର୍ଘ ବର୍ଷ ଧରି ବିଜେଡିର ଗଡ଼ ଥିବା ଏହି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ କିନ୍ତୁ ଚଳିତ ଥର ସାଧାରଣ ନିର୍ବାଚନରେ ଲୋକେ ମୋଦି ଲହର ତଥା ବିଜେପି ଉପରେ ଆସ୍ଥା ପ୍ରକଟ କରି ମୋଟ ୯ଜଣ ବିଧାୟକ ମଧ୍ୟରୁ ୬ଜଣ ବିଧାୟକ ଏବଂ ଜିଲ୍ଲାର ଜଣେ ମାତ୍ର ସାଂସଦ ବିଜେପିର ନିର୍ବାଚିତ ହୋଇଥିବା ବେଳେ ଶାସକ ବିଜୁ ଜନତା ଦଳରୁ କେବଳ ୩ ଜଣ ବିଧାୟକ ନିର୍ବାଚିତ ହୋଇଥିବାର ଜଣାଯାଇଛି । ମୟୂରଭଞ୍ଜ ସଂରକ୍ଷିତ ଲୋକସଭା ଆସନରେ ବିଜେପିର ପ୍ରାର୍ଥୀ ଇଂ ବିଶେଶ୍ୱର ଟୁଡୁ ବିଜୁ ଜନତା ଦଳର ପ୍ରାର୍ଥୀ ଡାଃ ଦେବାଶିଷ ମାରାଣ୍ଡିଙ୍କୁ ପଛରେ ପକାଇ ବିଜୟୀ ହୋଇଥିବା ବେଳେ ଜିଲ୍ଲାର ଉଦଳା, ବଡସାହି, ବାରିପଦା, ସାରସକଣା, ଯଶିପୁର, ରାଇରଙ୍ଗପୁର ଏହି ୬ଟି ବିଧାନସଭା କ୍ଷେତ୍ରରେ ବିଜେପି ପ୍ରାର୍ଥୀ ଭାସ୍କର ଚନ୍ଦ୍ର ମଢେଇ, ସନାତନ ବିଜୁଳି, ପ୍ରକାଶ ସୋରେନ, ବୁଢାନ ମୁର୍ମୁ, ଗଣେଶରାମ ସିଂ ଖୁଣ୍ଟିଆ, ନବ ଚରଣ ମାଝି ବିଜୟ ଲାଭ କରିଥିବାର ଜଣାଯାଇଛି । ସବୁ ଆସନରେ ବିଜେଡି ପ୍ରାର୍ଥୀମାନେ ୨ୟ ସ୍ଥାନରେ ରହିଛନ୍ତି । ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ମୋରୋଡାରୁ ରାଜକିଶୋର ଦାସ, ବାଙ୍ଗିରିପୋଷିରୁ ସୁଦାମ ମାରାଣ୍ଡି, କରଞ୍ଜିଆରୁ ବାସନ୍ତି ହେମ୍ବ୍ରମ ବିଜୟ ଲାଭ କରିଛନ୍ତି । ତେବେ ସାରା ଓଡିଶାରେ ନବୀନ ପଟ୍ଟନାୟକଙ୍କର ଭାବମୂର୍ତ୍ତି ଅକ୍ଷୁଣ୍ଣ ରହିଥିବାର ଲକ୍ଷ୍ୟ କରାଯାଇଥିବାବେଳେ ବିଜେଡିର ଗଡ଼ ବୋଲାଉଥିବା ମୟୂରଭଞ୍ଜ ଜିଲ୍ଲାରେ ବିଜେଡିକୁ ସେଭଳି ସଫଳତା ନମିଳିବା ଘଟଣାକୁ ନେଇ ଜିଲ୍ଲା ତଥା ରାଜ୍ୟ ସ୍ତରରେ ବିଜେଡି ନେତୃବୃନ୍ଦ ସମୀକ୍ଷା ଚଳାଇଥିବା ବେଳେ ବିଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ସଫଳତାକୁ ବିଜେପି ହାସଲ କରିଥିବାରୁ ଦଳ ତଥା ନେତାମାନେ ବେଶ ଖୁସି ଥିବାର ଦେଖାଯାଇଛି । ତେବେ ମୋରଡା ବିଧାନସଭା କ୍ଷେତ୍ରରେ ବିଜେପିରୁ ଯାଇ ବିଜେଡିରେ ଯୋଗ ଦେଇଥିବା ରାଜ କିଶୋର ଦାସ ଏକଦା ତାଙ୍କର ଅନୁଗତ ଥିବା ବିଜେପି ଜିଲ୍ଲା ସଭାପତି ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ଏବଂ ବାଙ୍ଗିରିପୋଷିରୁ ସୁଦାମ ମାରାଣ୍ଡି ଏକଦା ତାଙ୍କର ଅନୁଗତ ଥିବା ସୁଗଦା ମୁର୍ମୁଙ୍କୁ ପରାଜିତ କରିବା ତଥା ବିଜେପିର ଜିଲ୍ଲାରେ ବିପୁଳ ବିଜୟ ପଛରେ ବିଜେଡି ନେତା ମାନଙ୍କର ଗୋଷ୍ଠୀ କନ୍ଦଳ ବେଶ ସହାୟକ ହୋଇଛି ବୋଲି ସାଧାରଣରେ ଆଲୋଚନା ବେଶ ଜୋର ଧରିଛି । ଆଗକୁ ବାରିପଦା ପୌରପରିଷଦ ନିର୍ବାଚନ ଥିବାରୁ ବିଜେଡି ଯଦି ନିଜର ସଂଗଠନକୁ ଜିଲ୍ଲାରେ ମଜଭୁତ ନକରେ ତେବେ ପୌରପରିଷଦ ମଧ୍ୟ ବିଜେଡି ହାତରୁ ଖସିବ ବୋଲି ରାଜନୈତି ସମୀକ୍ଷକ ମାନେ ଆକଳନ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ