ବିଜେଡି ପଂଚାୟତ ସ୍ତରୀୟ ବୈଠକ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ବିଧାୟକ ପ୍ରଫୁଲ ସାମଲଙ୍କ ନିର୍ଦେଶ କ୍ରମେ ଭଣ୍ଡାରିପୋଖରୀ ବ୍ଲକ ନଆମୀ ପଂଚାୟତ ଛଚିଣା ଠାରେ ବିଜେଡି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ପରିଷଦ ସଭ୍ୟ ଦିପ୍ତୀସୂର୍ଯ୍ୟ ବିଶ୍ୱାଳ, ସରପଞ୍ଚ ସଦାଶିବ ଦାସ, ବ୍ଲକ ଯୁବ ଉପସଭାପତି ଦେବବ୍ରତ ଜେନା, କାଳନ୍ଦୀ ପଣ୍ଡା, ଶାନ୍ତନୁ ଜେନା ପ୍ରମୁଖ ଯୋଗଦେଇ ସାଙ୍ଗଠନିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ଏଥିରେ ଛଚିଣାର ଦୁଇ ଗୋଟି ୱାର୍ଡର ବିଜେଡି ଯୁବ ଓ ବରିଷ୍ଠ କର୍ମୀମାନେ ଏଥିରେ ଯୋଗଦେଇ ବିଭିନ୍ନ ସମସ୍ୟା ବିଷୟରେ ନେତୃବର୍ଗଙ୍କୁ ଜଣାଇଥିଲେ। ବିଶେଷକରି ରାଜ୍ୟ ସରକାରଙ୍କ ଜନହିତକାରି ଯୋଜନା କେଉଁଭଳି କାର୍ଯ୍ୟକାରୀ ହେଉଛି ସେ ନେଇ ପଂଚାୟତ ନେତୃବର୍ଗ ମାନେ ଉପସ୍ଥିତ କର୍ମୀ ଓ ଗ୍ରାମବାସୀ ମାନଙ୍କ ଠାରୁ ପଚାରି ବୁଝିଥିଲେ।