ବିଜେଡି ପକ୍ଷରୁ ମାକଲପୁରରେ ଖୋଲିଲା ଜଳଛତ୍ର
ବାଲେଶ୍ୱର, (ସରୋଜ ପଣ୍ଡା) :ମାର୍ଚ୍ଚ ପୁରି ଏପ୍ରିଲ ମାସ ଆରମ୍ଭରୁ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ପଥଚାରୀଙ୍କ ନିମନ୍ତେ ବାଲେଶ୍ୱରର ବିଭିନ୍ନ ସଂଗଠନର ପକ୍ଷରୁ ସହରରେ ଜଳଛତ୍ର ଖୋଲାଯାଉଛି । ଏହି ପରିପ୍ରେକ୍ଷୀରେ ବିଜେଡି ପକ୍ଷରୁ ଏକ ଜଳଛତ୍ରରମାକଲପୁର ହନୁମାନ ମନ୍ଦିର ନିକଟରେ ଆଜି ଶୁଭାରମ୍ଭ ହୋଇଛି । ବିଜେଡି ଜିଲା ସଭାପତି ତଥା ପ୍ରାକ୍ତନ ସାଂସଦ ରବୀନ୍ଦ୍ର କୁମାର ଜେନା ଏହି ଜଳଛତ୍ରକୁ ଭାବେ ଉଦ୍ଘାଟନ କରିଥିଲେ । ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ଜନସାଧାରଣଙ୍କୁ ସେବା ଦେବା ପାଇଁ ଦଳୀୟ କର୍ମକର୍ତ୍ତାଙ୍କ ଏହି ପଦକ୍ଷେପ ବେଶ ପ୍ରଶଂସନୀୟ ବୋଲି ଶ୍ରୀ ଜେନା କହିଥିଲେ । ସହରର ପ୍ରମୁଖ ରାସ୍ତାରେ ତଥା ପ୍ରତ୍ୟେକ ୱାର୍ଡରେ ଏହିଭଳି ଜଳଛତ୍ର ଖୋଲିବା ପାଇଁ ସେ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଇଥିଲେ । ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଆଗାମୀ ଦିନରେ ପୌରପାଳିକା ପକ୍ଷରୁ ମଧ୍ୟ ଜଳଛତ୍ର ସ୍ଥାପନ ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଥିଲେ । ଦଳର ବହୁ କର୍ମୀ ସେଠାରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ଯୁବ ସଂଗଠକ ଭାଗବତ ସାହୁ, କାଉନସିଲର ଅମିତ କୁମାର ନାୟକ, କୁରୁଡା ପଞ୍ଚାୟତ ସରପଞ୍ଚ ତାପସ ପାଣିଗ୍ରାହୀ, ଅସିତ ଦାସ, ସପନ ଖିଲାର, ସନ୍ତୋଷ ଦାସ, ସୁଦିପ୍ତ ପିଟର, ଶୁଭମ ସାଇ ମହାପାତ୍ର, ସୁଜାତା ଦାସ, ଆଶ୍ରିତା ତରେଇ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ ।