‘ଏବିଏ’ ବୈଷୟିକ ଶିକ୍ଷାନୁଷ୍ଠାନର ବାର୍ଷିକ ଉତ୍ସବ
ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱରର ଅନ୍ୟତମ ବୈଷୟିକ ଶିକ୍ଷାନୁଷ୍ଠାନ ‘ଏକାଡେମୀ ଅଫ ବିଜନେସ ଆଡ଼ମିନଷ୍ଟ୍ରେସନ’ (ଏବିଏ)ର ବାର୍ଷିକ ଉତ୍ସବ କୁରୁଡାସ୍ଥିତ କ୍ୟାମ୍ପସରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଫକୀର ମୋହନ ସାହିତ୍ୟ ପରିଷଦର ସଭାପତି ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ସମସ୍ତେ ସ୍ୱପ୍ନ ଦେଖିବା ସହ ତାହାକୁ ସାକାର ପୂର୍ବକ ସଫଳତାର ଶୀର୍ଷରେ ପହଞ୍ଚିବାକୁ ଅଧ୍ୟବସାୟ କରିବାକୁ ସେ ପରାମର୍ଶ ଦେଇଥିଲେ । ‘ପ୍ରତିଭାଶ୍ରୀ’ର ମୁଖ୍ୟ କବି ପ୍ରଶାନ୍ତ ଦାସ ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଛାତ୍ର ଜୀବନର ଅନୁଭୁତି ଛାତ୍ରଛାତ୍ରୀଙ୍କୁ କହିବା ସହିତ ସଫଳତାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ତେବେ ଛାତ୍ରଛାତ୍ରୀମାନେ ସମୟାନୁବର୍ତ୍ତିତା, ଦୃଢ ଇଚ୍ଛା ଶକ୍ତି ସମ୍ପନ୍ନ ହେବାକୁ ଶ୍ରୀ ଦାସ ଆହ୍ୱାନ ଦେଇଥିଲେ । ଶିକ୍ଷାନୁଷ୍ଠାନର ଚେୟାରମ୍ୟାନ ସୁଧାସିନ୍ଧୁ ପଣ୍ଡା ଏଥିରେ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପରିଚାଳନା ସମିତି ସମ୍ପାଦିକା ଅଞ୍ଜଳି ପଣ୍ଡା ମଞ୍ଚାସୀନ ହୋଇ ବୈଷୟିକ ଶିକ୍ଷା କ୍ଷେତ୍ରରେ ଏହି ଅନୁଷ୍ଠାନ ଉଦାହରଣ ହୋଇ ପାରିଥିବା କହିଥିଲେ । ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ଡ. ସଙ୍ଗୀତା ମହାନ୍ତି ଏହି କାର୍ଯ୍ୟକ୍ରମରେ ବିବରଣୀ ପାଠ କରିଥିବା ବେଳେ ପରିଚାଳନା ନିର୍ଦ୍ଦେଶକ ପିୟୁଷ ମୋରେ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଶିକ୍ଷାନୁଷ୍ଠାନର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଦିବଂଗତ ଯୁଗଳ କିଶୋର ମୋରେଙ୍କ ଉଦ୍ଦେଶ୍ୟରେ ସମସ୍ତେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ଏହି ଅବସରରେ ପୁରସ୍କୃତ କରିଥିଲେ ।


