ବିଜେଡି ପକ୍ଷରୁ ସାମାଜିକ ସେବା କାର୍ଯକ୍ରମ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : କରୋନା ମହାମାରୀ ପରିପ୍ରେକ୍ଷୀରେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ଅକ୍ଟୋବର ୨ ତାରିଖ ଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ସାମାଜିକ ସେବା କାର୍ଯକ୍ରମ ଅନୁଷ୍ଠିତ ହେବ। ତେଣୁ ଆଜି ଭଣ୍ଡାରିପୋଖରୀ ବ୍ଲକ ବିଜେଡି ପକ୍ଷରୁ ଵୟାଵନାପୁର ଠାରେ ପଞ୍ଚାୟତ ଯୁବ ବିଜେଡି ସଭାପତି ନାଗେଶ୍ଵର ବେହେରାଙ୍କ ସଂଯୋଜନାରେ ସେବା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀଧର ନାୟକ, ବିଧାୟକଙ୍କ ପ୍ରତିନିଧି ପ୍ରଣିନ୍ତକାନ୍ତି ସାମଲ, ସମିତି ସଦସ୍ୟା ସ୍ମିତାରେଖା ରାଉତ,ବିଜେଡି ନେତା ଲକ୍ଷ୍ମୀକାନ୍ତ ସାହୁ, ଅନନ୍ତ ତ୍ରିପାଠୀ, ଉଷାରାଣୀ ଧଳ ପ୍ରମୁଖ ଯୋଗଦେଇ ସ୍ଥାନୀୟ ସ୍କୁଲ ପରିସର ଓ ଆଖପାଖ ଅଞ୍ଚଳ ସଫେଇ କରିଥିଲେ। ଏହାସହିତ ମାସ୍କ ବଣ୍ଟନ ଓ ବ୍ୟାପକ ବୃକ୍ଷରୋପଣ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ଥାନୀୟ ବହୁ ବିଜେଡି କର୍ମୀ ଯୋଗ ଦେଇଥିବାବେଳେ ପଞ୍ଚାୟତ ବିଜେଡି ନେତା ଲକ୍ଷ୍ମୀଧର ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ‌।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ