ବିଜେଡି ର ୨୫ ତମ ପ୍ରତିଷ୍ଠା ଦିବସ ପାଇଁ ପ୍ରସ୍ତୁତି ବୈଠକ

ପୋଲସରା, (ଅନିଲ କୁମାର ମହାରଣା):ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ନାମରେ ୧୯୯୭ ମସିହା ଡିସେମ୍ବର ୨୬ ତାରିଖ ଦିନ ଓଡ଼ିଶାରେ ଗଠନ ହୋଇଥିଲା ” ବିଜୁ ଜନତା ଦଳ ” ଆଞ୍ଚଳିକ ରାଜନୈତିକ ଦଳ। ଆସନ୍ତା ୨୦୨୨ ଡିସେମ୍ବର ୨୬ ତାରିଖରେ ବୁଜୁ ଜନତା ଦଳ ୨୫ ବର୍ଷରେ ପଦାର୍ପଣ କରିବ। ମାତ୍ର ୨୪ ବର୍ଷ ମଧ୍ୟରେ ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ଅଭୂତପୂର୍ବ ସଫଳତା ହାସଲ କରିପାରିଛି ।୨୦୦୦ ମାର୍ଚ୍ଚ ୦୫ ତାରିଖ ଦିନ ନବୀନ ବାବୁ ବିଜୁ ଜନତା ଦଳର ନେତା ଭାବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ସେହି ଦିନଠାରୁ ନିରବଚ୍ଛିନ୍ନ ଭାବେ ମୁଖ୍ୟମନ୍ତ୍ରୀ ଭାବେ ସଫଳତାର ସହିତ ଦ୍ୱାୟିତ୍ୱ ସମ୍ପର୍ଣ୍ଣ କରି ଜଣେ ଆଦର୍ଶ ମୁଖ୍ୟମନ୍ତ୍ରୀ ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି। ନବୀନ ବାବୁଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ୨୫ ବର୍ଷରେ ପଦାର୍ପଣ କରିବାକୁ ଯାଉଛି।ବିଜୁ ଜନତା ଦଳ ଆସନ୍ତା ୨୦୨୨ ଜାନୁଆରୀ ୨୬ ତାରିଖ ଠାରୁ ଏକ ବର୍ଷ ପର୍ଯ୍ୟନ୍ତ ବିଜେଡି ପ୍ରତିଷ୍ଠାର ୨୫ ବର୍ଷ ପୂରଣ ବା ରୌପ୍ୟ ଜୟନ୍ତୀ ଉତ୍ସବ ପାଳନ କରିବ କାର୍ଯ୍ୟକ୍ରମ ରହି ଥିବା ଜଣାପଡିଛି। ବିଜେଡି ସଭାପତିଙ୍କ ପରାମର୍ଶ କ୍ରମେ ପ୍ରତ୍ୟେକ ବ୍ଲକ ଓ ସହରରେ ଜାନୁଆରୀ ୨୬ ତାରିଖ ଦିନ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବାକୁ ସ୍ଥିର ହୋଇଛି। ସେହି ପରିପ୍ରେକ୍ଷୀରେ ପୋଲସରା ବ୍ଲକ ଓ ନଗର ବିଜେଡି ପକ୍ଷରୁ ବିଜେଡିର ୨୫ ତମ ପ୍ରତିଷ୍ଠା ଦିବସରେ ରକ୍ତଦାନ ଶିବିର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ଡିସେମ୍ବର ୨୧ ତାରିଖ ଦିନ ପୋଲସରା ଡାକ ବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରସ୍ତୁତି ବୈଠକରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ଯେପରି ରେକର୍ଡ ସଂଖ୍ୟକ ରକ୍ତଦାନ ହୋଇପାରିବ ସେଥିପାଇଁ ସମସ୍ତେ ଆନ୍ତରିକ ଉଦ୍ୟମ କରିବାକୁ ବିଧାୟକ ଶ୍ରୀ ସାହୁ ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ସମ୍ପାଦକ ଅଶୋକ କୁମାର ବିଷୋୟୀ, ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ଉପାଧ୍ୟକ୍ଷା ସଂଯୁକ୍ତା ବାଡତ୍ୟା, ପୂର୍ବତନ ପୋଲସରା ନଗରପାଳ ପ୍ରଫୁଲ କୁମାର ପ୍ରଧାନ, ନଗର ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ବେହେରା, ସାଂସଦ ପ୍ରତିନିଧି ମୋଚିରାମ ସାହୁ, ନଗର ବିଜେଡି ସଭାପତି ରଞ୍ଜିତ କୁମାର ସାହୁ, ସମ୍ପାଦକ ବାବୁଲି ପଟ୍ଟନାୟକ, ବ୍ଲକ ଯୁବ ବିଜେଡି ସଭାପତି ସମୀର ଭୂୟାଁ ପ୍ରମୁଖଙ୍କ ସମେତ ବିଭିନ୍ନ ଗ୍ରାମପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ସକ୍ରିୟ ସଦସ୍ୟ ବୃନ୍ଦ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ