ସମାଜସେବୀ ହରିହର ନାୟକ ଙ୍କ ଚତୃର୍ଥ ଶ୍ରାଦ୍ଧବାର୍ଷିକ ରେ ଶୀତବସ୍ତ୍ର ସହ ଔଷଧ ବାଣ୍ଟିଲେ ବିଧାୟକ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଲକ ପାଟୁଳିସାହି ଗ୍ରାମର ଜଣାଶୁଣା ସମାଜସେବୀ ତଥା କୃଷକ ନେତା ସ୍ୱର୍ଗତ ହରିହର ନାୟକ ଙ୍କ ଚତୃର୍ଥ ଶ୍ରାଦ୍ଧବାର୍ଷିକ ନିଜଗ୍ରାମ ସ୍ଥିତ ହନୁମାନ ମନ୍ଦିର ଠାରେ ପାଳନ କରାଯାଇଛି । କିଛି ଅସହାୟ ଗରିବ ଲୋକମାନଙ୍କୁ ଶୀତବସ୍ତ୍ର ସହ ଔଷଧ ବଣ୍ଟନ କରାଯାଇଥିଲା l ମୁଖ୍ୟଅତିଥି ରୂପେ ସ୍ଥାନୀୟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗଦେଇ ସ୍ୱର୍ଗତ ହରିହର ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଶୀତବସ୍ତ୍ର ସହ ଔଷଧ ବଣ୍ଟନ କରିଥିଲେ l ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ କୁଞ୍ଜବିହାରି ନାୟକ, ବ୍ଲକ ସାଧାରଣ ସମ୍ପାଦକ ରାମେଶ୍ୱର ପାତ୍ର, ସମାଜ ସେବୀ ଶୂଳପାଣି ଶତପଥୀ, ଅବସର ପ୍ରାପ୍ତ ରେଞ୍ଜର ଅନୁପମ ବାନାର୍ଜୀ, ସରପଞ୍ଚ ରାଜେନ୍ଦ୍ର ଗୌଡ଼, ତ୍ରିନାଥ ଗୋଛାୟାତ, ପୂର୍ବତନ ସରପଞ୍ଚ, ସୀମାଞ୍ଚଳ ବିଷୋୟୀ, ଜିଲ୍ଲା ପରିଷଦ ସଭ୍ୟ ଅମିତ ନାୟକ, ୪୮ ଯୋନ ବିଜେଡି ସଭାପତି ରଙ୍କନିଧି ସାହୁ, ୪୭ ଯୋନ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ସମିତି ସଭ୍ୟ ଦୁର୍ଗାମାଧବ ନାୟକ, ପ୍ରଭାତ ସ୍ଵାଇଁ, ଡିଜିଟାଲ ସମ୍ପାଦକ ବିଭୁପାଦ ଜେନା ଶିକ୍ଷକ ମୁନେନ୍ଦ୍ର ପରିଡା, ଅବସର ପ୍ରାପ୍ତ କଲେଜ ଅଧକ୍ଷ କୃତିବାସ ବିଶ୍ୱାଳ ପଞ୍ଚାନନ ନାୟକ ଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ରହି ପ୍ରତିମୂର୍ତିରେ ମାଲ୍ୟପଣ କରିଥିଲେ । ହରିହରଙ୍କ ଦୂତୀୟ ପୁତ୍ର ତଥା ବ୍ଲକ ବିଜେଡି ସଭାପତି ପ୍ରଶାନ୍ତ କୁମାର ନାୟକ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ