ବିଜେଡି ସଂସଦ ପ୍ରାର୍ଥୀ ଅଂଶୁମାନଙ୍କ ଚାଖଟିରେ ଚର୍ଚ୍ଚା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବିଜୁ ଜନତାଦଳର ସଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଆଜି ସକାଳୁ କେନ୍ଦ୍ରାପଡା ସହରର ବିଭିନ୍ନ ସ୍ଥାନରେ ଥିବା ଚା ଖଟିରେ ପହଞ୍ଚି ଚା’ ପିଇବା ସହ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ । ଶ୍ରୀ ମହାନ୍ତି ପ୍ରଥମେ ସହରର ପୁରୁଣା ବସଷ୍ଟାଣ୍ଡରେ ପହଞ୍ଚି ସେଠାରେ ଉପସ୍ଥିତ ସାଧାରଣ ଜନତାଙ୍କ ସହିତ ଚା ପିଇବା ପରେ ସେଠାରୁ ନିଜେ ବାଇକ ଚଳାଇ ମଢିଆଳସ୍ଥିତ ଆକବର ମାର୍କେଟକମ୍ପେ୍ଲକ୍ସ ସମ୍ମୁଖ ଚା ଦୋକାନରେ ପହଞ୍ଚି ଲୋକମାନଙ୍କ ସହ ଚା ପିଇଥିଲେ । ଲୋକମାନଙ୍କ ସହ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାକୁ ବଜାୟ ରଖିବା ପାଇଁ ଆସନ୍ତା ଜୁନମାସ ୧ତାରିଖରେ ଜୋଡିଶଙ୍ଖରେ ଭୋଟ ଦେବାକୁ ନିବେଦନ କରିଥିଲେ । ସେଠାରୁ ସାନମଙ୍ଗଳାଛକକୁ ବାଇକ ଚଳାଇ ଯାଇ ଚା ଖଟିରେ ଚା ପିଇବା ସହିତ ଉପସ୍ଥିତ ଲୋକମାନଙ୍କ ସହ ଆଲୋଚନା ପ୍ରସଙ୍ଗରେ ନବୀନବାବୁଙ୍କ ହାତମୁଠାକୁ ଟାଣ କରିବାକୁ ନିବେଦନ କରିଥିଲେ । ସାନମଙ୍ଗଳାଛକରୁ ବାଇକ ଯୋଗେ ସାନ୍ତସାହି ଛକରେ ପହଞ୍ଚି ଗନ୍ଧିଆ ଜଳଖିଆ ଦୋକାନରେ ବରା, ଆଳୁଦମ, ଆଳୁଚପ୍ ଏବଂ ଦହିବରା ଲୋକମାନଙ୍କ ସହିତ ଖାଇଥିଲେ । ଜଳଖିଆ ଖାଇବା ସହିତ ସେଠାରେ ଲୋକମାନଙ୍କ ସହ ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନବାବୁଙ୍କ ବିକାଶକୁ ଆଗେଇ ନେବାକୁ ଜୋଡିଶଙ୍ଖ ଚିହ୍ନରେ ମୋହର ଦେବାକୁ ଅନୁରୋଧ କରିଥିଲେ । ସେଠାରୁ ବାଇକ ଯୋଗେ ନୂଆ ବସଷ୍ଟାଣ୍ଡସ୍ଥିତ ଚା’ ଦୋକାନରେ ପହଞ୍ଚି ଲୋକମାନଙ୍କ ସହ ଚା ପିଇଥିଲେ । ଏହାସହିତ ଉପସ୍ଥିତ ଜନସାଧାରଣଙ୍କୁ ନବୀନବାବୁଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ଆଗାମୀ ନିର୍ବାଚନରେ ଜୋଡିଶଙ୍ଖରେ ଭୋଟ ଦେବାକୁ ନିବେଦନ କରିଥିଲେ । ଏହିସବୁ ସ୍ଥାନ ଗୁଡିକରେ ଉପସ୍ଥିତ ଲୋକମାନେ ସଂସଦ ପ୍ରାର୍ଥୀ ମହାନ୍ତିଙ୍କୁ ଆକୁଣ୍ଠ ସମର୍ଥନ କରିବା ସହ ଆର୍ଶିବାଦ ଦେଇଥିବା ଦେଖିବାକୁ ମିଳିଥିଲା । ଏହିସବୁ ସ୍ଥାନରେ ବିଜେଡି ସାଂଗଠିକ ସମ୍ପାଦକ ରଞ୍ଜିତ ସାହୁ, ପ୍ରଦୀପ କୁମାର ପ୍ରଧାନ, କାଉନସିଲର ନିରାକାର ସ୍ୱାଇଁ, ଉମେଶ ଚନ୍ଦ୍ର ନାୟକ, ଅଭୟ ବେହେରା, ଚୈାଧୁରୀ ସୁକୁମାର ଦାସ, ରମେଶ ଚନ୍ଦ୍ର ଦାସ, ପ୍ରଶାନ୍ତ କୁମାର ସିଂ, ହିରଣ୍ୟ ପଣ୍ଡା, ରାଜେଶ ମହାନ୍ତି, ଶରତ କୁମାର ବେହୁରା, ହିବଜୁର ରହେମାନ୍‌, ସୈାମେନ୍ଦ୍ର ପୃଷ୍ଟି, ପରଭେଜ ଅକ୍ତର, ପ୍ରକାଶ ପରିଡା, ସେକ ଚନ୍ଦନ, ସେକ ଗୋପି, ସେକ ସାନ୍ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ