ବିଜେଡି ସଭାପତି ଜଗବନ୍ଧୁଙ୍କୁ କାଶୀନଗର ଏନଏସି ଓ ବ୍ଲକ ତରଫରୁ ବିପୁଳ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଏନଏସି ଓ ବ୍ଲକ ତରଫରୁ ବିଜେଡି ସଭାପତି ଜଗବନ୍ଧୁ ଦାସଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି ।ବିଜେଡି ସଭାପତି ଜଗବନ୍ଧୁ ଙ୍କୁ କାଶୀନଗର ଏନଏସି ଓ ବ୍ଲକ ତରଫରୁ ସମ୍ବର୍ଦ୍ଧନା ଉତ୍ସବ ରେ ଏନ ଏ ସି ସଭାପତି ରକ୍କାମ ଚଲାପତି ରାଓ, ଏନ ଏ ସି ଅଧ୍ୟକ୍ଷା ଏମ ସୁଦ୍ଧା ରାଣୀ ଶ୍ରୀ ଦାସଙ୍କୁ ପ୍ରଥମେ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ । ଗଜପତି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ ତାଙ୍କ ବକ୍ତବ୍ୟରେ କାଶୀନଗର ଏନ ଏ ସି ଓ ବ୍ଲକ ର ସାମୁହିକ ବିକାଶ ନିମନ୍ତେ ଆମେ ସମସ୍ତେ ତୃଣ ମୂଳ ସ୍ତରରୁ ମିଳି ମିଶି ଶୃଙ୍ଖଳା ର ସହିତ କାମ କଲେ ମୁଖ୍ୟ ମନ୍ତ୍ରୀ ଙ୍କ ସ୍ୱପ୍ନ ନିଶ୍ଚିତ ଭାବେ ସାକାର ହୋଇ ପାରିବ ବୋଲି କହିଥିଲେ । ଏହି ଉତ୍ସବରେ କାଶୀନଗର ବ୍ଲକ ଓ ଏନ ଏ ସି ର ଉପାଧ୍ୟକ୍ଷ ଶ୍ରୀ ରଘୁରାମ ସାହୁ ବ୍ଲକ ସଭାପତି ଅଖିଳ ପାତ୍ର, ଜିଲ୍ଲାପରିଷଦ ଅଧ୍ୟକ୍ଷ ବହୁ ପଦ ଅଧିକାରୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ